ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ହେଲାଣି ମଇଦାନ..
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଦ୍ୱିତୀୟ ଡୋଜ କରୋନା ଟିକାକରଣ । ଜାନୁଆରୀ ୧୬ ତାରିଖରେ ଟୀକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ୨ୟ ଡୋଜ । ରାଜ୍ୟରେ ଏଯାଏଁ ୨ ଲକ୍ଷ ୮୭ ହଜାର ୪୪୨ ସ୍ୱାସ୍ଥ୍ୟକର୍ମୀ ନେଇଛନ୍ତି ପ୍ରଥମ ଡୋଜ ଟିକା । ତେବେ ଚଳିତମାସ ୧୦ ତାରିଖ ସୁଦ୍ଧା ରାଜ୍ୟରେ ପଞ୍ଜିକୃତ ହୋଇଥିବା ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ ଟିକା ଦେବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।
ହେଲେ ଅନେକ ସ୍ୱାସ୍ଥ୍ୟକର୍ମୀ ଟିକା ନେଇନଥିବାରୁ ପ୍ରଥମ ଡୋଜ ଟିକାକରଣକୁ ଅଧିକ ୩ ଦିନ ଅର୍ଥାତ ଫବ୍ରୁଆରୀ ୧୩ ତାରିଖ ଯାଏଁ ବୃଦ୍ଧି କରାଗଲା । କିନ୍ତୁ ସେହି ସମୟ ମଧ୍ୟରେ ଶତ ପ୍ରତିଶତ ଟିକାକରଣ ହୋଇ ପାରିନଥିବାରୁ ଟିକାକରଣ ଅବଧି ପୁଣି ଥରେ ୨୫ ଯାଏଁ ବୃଦ୍ଧି କରାଯାଇଛି ।