ବ୍ୟବସ୍ଥା ସହ ଲଢି ଲଢି ହାରିଗଲେ
ମୟୁରଭଞ୍ଜ: ପୁଣି ଜଳିଲା ଶିମିଳିପାଳ । ଶିମିଳିପାଳ ଉତ୍ତର କାର୍ଯ୍ୟାଳୟ ତରଫରୁ ମିଳିଥିବା Satellite report ସୂଚନା ଅନୁଯାୟୀ ଆଜି ଉତ୍ତର ଶିମିଳିପାଳରେ ୧୦ ଟି ପଏଣ୍ଟ ରେ ନିଆଁ ଲାଗିଛି । ନିଆଁ ଲିଭେଇବା ପାଇଁ ଅଗ୍ନିଶମ ବିଭାଗ , ବନବିଭାଗ, ଓଡ୍ରାଫ ଟିମ ନିୟୋଜିତ ରହିଛନ୍ତି । କିଛି ସ୍ଥାନରେ ନିଆଁକୁ ଆୟତ୍ତ କରିଥିବା ବେଳେ ଆଉ କିଛି ସ୍ଥାନ ରେ ଏବେ ବି ଜଳୁଛି ନିଆଁ ।
ଗତକାଲି ଶିମିଳିପାଳ ରେ ୫୨ ଟି ସ୍ଥାନ ରେ ନିଆଁ ଲାଗିଥିଲା। ବର୍ଷା ପରେ କିଛି ଦିନ ଶିମିଳିପାଳ ରେ ନିଆଁ ଲିଭି ଯାଇଥିଲା ପୁଣି ନିଆଁ ଲାଗିବା ବନବିଭାଗ ପାଇଁ ବଡ଼ ଚାଲେଞ୍ଜ ପାଲଟିଛି । ଆଜି ଉତ୍ତର ଶିମିଳିପାଳର କେନ୍ଦୁମୁଣ୍ଡି, ଚହଳା, ପ୍ରଭୁତି ରେଞ୍ଜ ରେ ନିଆଁ ଲାଗିଥିବାର ସୂଚନା ମିଳିଛି ।