୧୧ ତାରିଖରେ ପୀଠରେ ସପ୍ତମୀ ପୂଜା ଆରମ୍ଭ ହେବ । ୧୩ ତାରିଖରେ ମହାଷ୍ଟମୀ ଓ ଭାଇଜିଉନ୍ତିଆ ପୂଜା କରାଯିବ । ପନ୍ଦର ତାରିଖରେ ସମଲେଶ୍ୱରୀଙ୍କ ରଣଜିତା ଉତ୍ସବ ପାଳନ ସହ ଦଶହରା ପର୍ବ ଅନୁଷ୍ଠିତ ହେବ । ୨୦ ତାରିଖ କୁମାରପୂର୍ଣ୍ଣିମାରେ ମାଁଙ୍କର ରାଜରାଜେଶ୍ୱରୀ ବେଶ ସହ ନୂତନ ଧ୍ୱଜା ଆରୋହଣ କରାଯିବ ବୋଲି ସମଲେଶ୍ୱରୀ ଟ୍ରଷ୍ଟବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜିଠୁ ସମଲେଶ୍ୱରୀ ପୀଠରେ ଆରମ୍ଭ ହେବ ଷୋଡଶ ଉପଚାର ପୂଜା

ସମ୍ୱଲପୁର: ଆଜିଠୁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ପୀଠରେ ଆରମ୍ଭ ହେବ ଷୋଡଶ ଉପଚାର ପୂଜା । ଷୋଡଶ ଦ୍ୱୀପ ପ୍ରଜ୍ଜ୍ୱଳନ ସହ ପୁଅଜୀଉନ୍ତିଆ ଓଷା ମଧ୍ୟ ଅନୁଷ୍ଠିତ ହେଉଛି । ଆସନ୍ତା ମାସ ୬ ତାରିଖରେ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ନବରାତ୍ର ପୂଜା ଆରମ୍ଭ ସହ ମନ୍ଦିର ଭିତରେ ନବରାତ୍ର ଦ୍ୱୀପ ପ୍ରଜ୍ଜ୍ୱଳନ କରାଯିବ ।
Download Argus News App
