ବର୍ତ୍ତମାନ ଯେଉଁ ନୁଆ ଷ୍ଟ୍ରେନ୍ ଆସିଛି ପୂର୍ବ କୋରୋନା ଷ୍ଟ୍ରେନ୍ ଠୁ ଅଧିକ କ୍ଷତିକାରକ
ମୟୁରଭଞ୍ଜ: ହୁ ହୁ ହୋଇ ଜଳୁଛି ସିଦ୍ଧଗୁମ୍ଫା ପାହାଡ । ପୁରା ପାହାଡ ନିଆଁ କବଳରେ ରହିଥିବାବେଳେ ନିଆଁକୁ ଆୟତ୍ତ କରିବାକୁ ନାକେଦମ ବନବିଭାଗ । କପ୍ତିପଦା ବନବିଭାଗ ଅଧିନ ରାଢୋ ସିଦ୍ଧଗୁମ୍ଫା ପାହାଡରେ ଲାଗିଛି ନିଆଁ । ପାହାଡ ହୁତୁ ହୁତୁ ହୋଇ ଜଳୁଥିବାବେଳେ ନିଆଁ ପୁରା ପାହାଡକୁ ବ୍ୟାପି ଯାଇଛି ।
ଏହି ପାହାଡରେ ନିଆଁ ଲାଗିବା ଫଳରେ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଗଛ ପୋଡି ଯାଉଥିବାବେଳେ ବନ୍ୟଜନ୍ତୁଙ୍କ ଅସ୍ଥିତ୍ୱକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଅନ୍ୟପଟେ ଜଙ୍ଗଲର ନିଆଁ ଲୁଇପାଙ୍କ ସିଦ୍ଧ ପୀଠ ନିକଟରେ ଲାଗି ଥିବାବେଳେ ତାହା ବ୍ୟାପିବାରେ ଲାଗିଛି । ନିଆଁ ନିଜର କାୟା ବିସ୍ତାର କରିବାରେ ଲାଗିଥିବାବେଳେ କପ୍ତିପଦା ବନବିଭାଗ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରୁଥିଲେ ସୁଦ୍ଧା ବନବିଭାଗ ନିଆଁକୁ ଆୟତ କରିବା ପାଇଁ ନାକେଦମ ହୋଇଛି ।