ଅଧିକ ପଢନ୍ତୁ : ଶ୍ରୀରାମ ନବମୀରେ ରଥକାଠ ଅନୁକୂଳ
ପ୍ରଥମେ ବୌଦ୍ଧ ଜିଲ୍ଲାର ମାଧପୁର ରେଞ୍ଜ ଓ ପରେ ମନମୁଣ୍ଡା ଓ କଣ୍ଟାମାଲ ରେଞ୍ଜରେ ପହଁଚି ରୀତିନୀତି ଅନୁଯାୟୀ ନାମ ସଂକୀର୍ତ୍ତନ, ଘଣ୍ଟ ଶଙ୍ଖ ବଜାଇ ଚାଲିଛି ପୂଜାର୍ଚ୍ଚନା,ଏହାପରେ ରଥକାଠ ଚିହ୍ନଟ ପରେ ରଥକାଠ କଟା ପ୍ରକ୍ରିୟା ଆରମ୍ଭ କରାଯାଇଛି । ପୁରୀ ଶ୍ରୀ ଜଗନ୍ନାଥଙ୍କ ଘୋସଯାତ୍ରା ପାଇଁ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା 747 ଖଣ୍ଡ କାଠରୁ ବୌଦ୍ଧ ରୁ 303 ଖଣ୍ଡ ପୁଣି ରଥକାଠ ଯିବ । ତେଣୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍ସ।ହ ଦେଖା ଦେଇଛି ।
ଅଧିକ ପଢନ୍ତୁ :ପବିତ୍ର ବସନ୍ତ ପଞ୍ଚମୀ ଅବସରରେ ଆଜି ରଥକାଠ ହୋଇଛି ଅନୁକୁଳ
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରା ପାଇଁ ଷଷ୍ଠ ଥର ବୌଦ୍ଧ ରଥକାଠ ଆସିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ବୌଦ୍ଧ ମାଧପୁରୁ ରେଞ୍ଜରୁ 200 ଖଣ୍ଡ କାଠ,ମନୁମୁଣ୍ଡା ରୁ 20 ଓ କଣ୍ଟାମାଲ ରୁ 83 ଖଣ୍ଡ କାଠ ମଧ୍ୟରେ ଅସନ,ଧଉରା,ଫାସୀ,ସିମୁଲି ପ୍ରଭୁତି କାଠ ସଂଗ୍ରହ କରଯାଇଛି । ବୌଦ୍ଧରୁ ପୁଣି ରଥକାଠ ଯାଉଥିବାରୁ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।