ପରିବାର ଲୋକ ଆଖପାଖ, ମଠମନ୍ଦିର ସବୁଆଡେ ଖୋଜି ଚନ୍ଦନକୁ ନପାଇ ତତ୍କାଳୀନ କୃଷ୍ଣାନନ୍ଦପୁର ଫାଣ୍ଡିରେ ଏତଲା ଦେଇଥିଲେ।ଘଟଣାର ୧୪ମାସ ପରେ ଗତକାଲି ମୁଣ୍ଡିଦା ଗାଁର ଅନତୀଦୁର ମହାନଦୀ ବନ୍ଧ କଡରେ କିଛି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କେତେକ ଲୋକ ଏକ ନରକଙ୍କାଳ ଦେଖିବାକୁ ପାଇଥିଲେ।
ଘଟଣା ପ୍ରଘଟ ହେବାପରେ ନିଖୋଜ ଚନ୍ଦନର ପରିବାର ଆତ୍ମୀୟ ମାନେ ପହଞ୍ଚି କଙ୍କାଳ ପାଖରେ ପଡିଥିବା ଚନ୍ଦନର ବ୍ୟବହୃତ ହାତକଢା, ପିନ୍ଧା ତାବିଜ, ଅଣ୍ଟାରେ ପିନ୍ଧା ତମ୍ବା ତାର, ଛତା ଓ ଗୋରୁ ବନ୍ଧା ପିଟଣା ଆଦି ଦେଖିବାକୁ ପାଇଥିଲେ। ପୋଲିସକୁ ନଜଣାଇ ଚନ୍ଦନର ଆତ୍ମୀୟ ମାନେ ସଂଗେ ସଂଗେ କଙ୍କାଳକୁ ଉଦ୍ଧାର କରି ପୋଡି ସଂସ୍କାର କରିଦେଇଥିଲେ। ଚନ୍ଦନ ନିଖୋଜ ସମ୍ପର୍କରେ ଫାଣ୍ଡିରେ ଏତଲା ଦିଆଯାଇଥିବା ବେଳେ ପୋଲିସକୁ ସୁଚନା ନଦେଇ କଙ୍କାଳକୁ ପୋଡିଦେବା ନେଇ ଚର୍ଚ୍ଚା ହେଉଛି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ