ଅଧିକ ପଢନ୍ତୁ: କଳିଯୁଗର ଶ୍ରବଣ କୁମାର
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗାଁରେ। ଏହି ଗାଁର ୫୯ବର୍ଷୀୟ ନିରଞ୍ଜନ ଜେନା ତାଙ୍କର ୭୭ବର୍ଷୀୟା ମାର ଇଚ୍ଛାକୁ ପୂରଣ କରିବାକୁ ଯାଇ ଦୀର୍ଘ ୫କିଲୋମିଟର ରାସ୍ତା ମାଙ୍କୁ କାନ୍ଧରେ ବସାଇ ଗଣ୍ଡିବେଡ଼ ସ୍ଥିତ ବହୁ ପୁରାତନ ମନ୍ଦିର ବାବା ଲଙ୍କେଶ୍ୱରଙ୍କ ଦର୍ଶନ କରିବା ଲାଗି ନେଇଥିଲେ। ମା କାଳୀ ଜେନା ବାର୍ଦ୍ଧକ୍ୟ ରୋଗ ଯୋଗୁଁ ଆଉ ଚାଲିପାରୁନାହାଁନ୍ତି। ଫଳରେ ପୁଅ କାନ୍ଧରେ ବସାଇ ଶୈବ ପୀଠ ଦର୍ଶନ କରାଇବାକୁ ଆଣିଥିଲେ। ଏହି ଘଟଣାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ବେଳେ ଜନସାଧାରଣଙ୍କ ନଜରରେ ଭିନ୍ନ ଏକ ଶ୍ରବଣ କୁମାର ପାଲଟିଛନ୍ତି ନିରଞ୍ଜନ ଜେନା। ଏହା ସମାଜର ଯୁବ ପିଢୀଙ୍କୁ ଏକ ମହତ୍ତ୍ୱ ବାର୍ତ୍ତା ଦେବବୋଲି ଅଞ୍ଚଳବାସୀ କହିଛନ୍ତି।
ଓଡିଶା ନ୍ୟୁଜ ଆହୁରି ପଢନ୍ତୁ