ଭିସୁଟରେ କରୋନା ନେଗେଟିଭ ପଜିଟିଭ ଖେଳ ଘଟଣା...
ବ୍ରହ୍ମପୁର: ଦେଶରେ କିଛି ରାଜ୍ୟରେ କୋରୋନାର ନୂଆ ଷ୍ଟ୍ରେନକୁ ନେଇ ଭୟ । ନୂଆ ଷ୍ଟ୍ରେନର ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ହେଲା ଏସଓପି । ଧାର୍ମିକ ଅନୁଷ୍ଠାନ, ବଜାର, ବିଭିନ୍ନ ଅନୁଷ୍ଠାନରେ କୋଭିଡ ନିୟମର କଡାକଡି ପାଳନ କରାଯିବ । ସରକାରୀ କାର୍ଯ୍ୟାଳୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟ।
ଜିଲ୍ଲାର ସମସ୍ତ ବ୍ଳକ, ତହସିଲ, ଏନଏସି ଗୁଡିକରେ ହେବ ମାସ୍କ ଚେକିଂ ପଏଣ୍ଟ । ସ୍ଥାନୀୟ ଥାନା ଅଧିକାରୀଙ୍କ ସହାୟତାରେ ବିଡିଓ ଓ ତହସିଲଦାର ମାସ୍କ ଯାଞ୍ଚ କରିବେ । ଆଶା, ଅଙ୍ଗନୱାଡି, ଏଏନଏମ କୋରୋନା ସନ୍ଦିଗ୍ଧ ମାନଙ୍କୁ ଚିହ୍ନଟ ସହ କୋଭିଡ ଟେଷ୍ଟ ପାଇଁ ନିର୍ଦ୍ଦେଶ । ଦୋକାନୀ ମାନେ କୋଭିଡ କଟକଣା ନ ମାନିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ ।