ନୂତନ ଭାବେ ଖୁଡିଗୁଡା ଠାରୁ ପୁରୁଣା ବୋରିଗୁମ୍ମା ମୁଣ୍ଡ ଦେଇ ଏହି ପ୍ରକଳ୍ପ ଯିବା ପାଇଁ ଚିହ୍ନଟ ମଧ୍ୟ ଶେଷ ହୋଇଛି। ଏବେ ପୁଣି ପୁରୁଣା ବୋରିଗୁମ୍ମା ଠାରୁ ମାତ୍ର ୪୦୦ ମିଟର ସ୍ଥାନକୁ ଚିହ୍ନଟ ସ୍ଥାନ ଠାରୁ ଭିତରକୁ ଆଉ ଥରେ ଚିହ୍ନଟ ହୋଇଛି। ଫଳରେ ଏକଟାମ ଗୁଡା ଏବଂ ବାରଙ୍ଗ ଗୁଡା ଦୁଇ ଗ୍ରାମର ମଝିରେ ଯାଉଛି ଏହି ପ୍ରକଳ୍ପ। ଯାହକୁ ନେଇ ଗ୍ରାମବାସୀ ବିରୋଧ କରୁଛନ୍ତି। ଆଉ ଜିଲା ପ୍ରଶାସନର ଦ୍ୱାରସ୍ଥ ବି ହୋଇଛନ୍ତି।
ଖବର ଅନୁଯାୟୀ, ଜୟପୁର–ନବରଙ୍ଗପୁର ନୂତନ ରେଳ ପଥ ପାଇଁ ଜମି ଚିହ୍ନଟରେ ବ୍ୟାପକ ଅନିୟମିତତା ବୋରିଗୁମ୍ମା ଅଞ୍ଚଳରୁ ପ୍ରକଳ୍ପ ପାଇଁ ୪୭୫.୧୫୨ ଏକର ଜମି ଯାଉଛି। ଏଥିରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ଜମି ଅଧିଗ୍ରହଣ ହେବ। ତେବେ ବର୍ତ୍ତମାନ ସର୍ଭେ ମୁତାବକ ଉକ୍ତ ରେଳପଥ ପାଇଁ ସ୍କୁଲ, କଲେଜ ଓ ସହର ମୁଖ୍ୟ ମୁଖ୍ୟ ସ୍ଥାନ ପ୍ରଭାବିତ ହେଉଛି। ଏଣୁ ନୂତନ ରେଳପଥକୁ ବିରୋଧ ନୁହେଁ ବରଂ ସହର ଠାରୁ ତିନି କିଲୋମିଟର ଦୂରରେ କରାଯାଉ ବୋଲି ସହର ବାସୀ ଦାବି କରିଥିଲେ। ଦାବି ପରେ ପ୍ରକଳ୍ପ ସହର ଠାରୁ ଦୁଇ କିମି ଦୂରକୁ ଯାଇଛି ରେଳ ପ୍ରକଳ୍ପ। ସେଇ ହିସାବରେ ସବୁ ଜମିକୁ ଚିହ୍ନଟ ନ କରି ସମସ୍ତ ସ୍ଥାନରେ ଖୁଣ୍ଟ ବି ପୋତାସରିଛି। ଏବେ କେବଳ ପୁରୁଣା ବୋରିଗୁମ୍ମା ମୁଣ୍ଡରେ ଦ୍ଵିତୀୟ ଥର ଚିହ୍ନଟ ହୋଉଥିବା ଖୁଣ୍ଟକୁ ପୁଣି ଥରେ ଚିହ୍ନଟ କରାଯାଉଛି। କେବଳ ୫୦୦ ମିଟର ପର୍ଯ୍ୟନ୍ତ ଚିହ୍ନଟ ସ୍ଥାନକୁ ହି ପୁଣିଥରେ ୫୦ ମିଟର ଭିତରକୁ ନେଇ ଚିହ୍ନଟ କରି ଖୁଣ୍ଟ ପୋତା ଫଳରେ ବାରଙ୍ଗଗୁଡା ଗ୍ରାମରେ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ରହିଛି। ଏକଟାମ୍ଭା ଗାଁ ର ପିଲାଟୁକି ରେଳ ଲାଇନ ପାର ହୋଇ ଯିବାକୁ ପଡ଼ିବ। ଏଣୁ ଦୁଇ ଗାଁର ଲୋକେ ଭୟଭୀତ ହୋଇଛନ୍ତି। ସେଥିଲାଗି ନୂତନ ଭାବେ ଚିହ୍ନଟ ହୋଇଥିବା ସ୍ଥାନ ପରିବର୍ତ୍ତେ ପୂର୍ବ ଚିହ୍ନଟ ସ୍ଥାନରେ ହି ରେଳ ପ୍ରକଳ୍ପ କରିବାକୁ ଦାବି କରିଛନ୍ତି।