ଏକ ଗରିବ ପରିବାରରେ ଅନେକ ଝଡ଼ଝଞ୍ଜାର ସମ୍ମୁଖୀନ ହୋଇଥିଲେ ଦ୍ରୌପଦୀ ମୁର୍ମୁ। ସେ ଜୀବନର ସମସ୍ତ ପରୀକ୍ଷାରେ ଉର୍ତ୍ତୀନ ହୋଇଛନ୍ତି। କାଉନସିଲରରୁ ରାଷ୍ଟ୍ରପତିର ଯାତ୍ରା ଥିଲା ବେଶ ସଂଘର୍ଷମୟ। ଯାହା ସମସ୍ତ ବିଜେପି କର୍ମକର୍ତ୍ତାଙ୍କୁ ବେଶ ଉତ୍ସାହିତ କରିଛି। ଏହାସହ ସମୀର ମହାନ୍ତି କହିଛନ୍ତି, ଓଡ଼ିଶାକୁ ସ୍ଵତନ୍ତ୍ର ସ୍ଥାନ ଦେଇଛନ୍ତି ମୋଦି ସରକାର। ଦେଶର ଅନେକ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ଓଡ଼ିଶାର ବ୍ୟକ୍ତିଙ୍କୁ ସ୍ଥାନିତ କରିଛନ୍ତି।
ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ରାଜ୍ୟ ବିଜେପିର ପ୍ରେସମିଟ୍

ଅର୍ଗସ ବ୍ୟୁରୋ: ଏନଡିଏ ନିଜର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ବିଜେପି ନେତୃତ୍ୱାଧିନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି । ଓଡିଶା ବିଜେପିର ଆଦିବାସୀ ଚେହେରା ତଥା ଝାଡଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଓଡ଼ିଶାରେ ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ ରାଜ୍ୟ ବିଜେପିର ପ୍ରେସମିଟ୍। ଏ ନେଇ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି, ଏହା ପ୍ରଧାନମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତି। ସମାଜରେ ଅନ୍ତିମ ଧାଡ଼ିରେ ଥିବା ଲୋକଙ୍କୁ ସର୍ବୋଚ୍ଚ ସମ୍ମାନ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ।
ରଥଟଣାର ଡେମୋ ଦେଖାଇଲେ ପୋଲିସ ବାହିନୀ
ପୁରୀ: ଜୁଲାଇ ୧ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀକ୍ଷେତ୍ର ଚଳଚଞ୍ଚଳ । ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ପୁଲିସ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ମକଡ୍ରିଲ କରାଯାଉଛି । ରଥଟଣା କାର୍ଯ୍ୟ କିଭଳି ସୂଚାରୁରୂପେ ସମ୍ପାଦନ ହୋଇପାରିବ ତାହାର ଡେମୋ କରାଯାଉଛି । ରଥ ପୁଲିଂରେ ଯେଭଳି ଅସୁବିଧା ନହୁଏ ସେଥିପାଇଁ ପ୍ରଥମେ ତାଳଧ୍ଵଜ ରଥ, ଦ୍ବିତୀୟରେ ଦେବଦଳନ ରଥ ଓ ଶେଷରେ ନନ୍ଦିଘୋ
Download Argus News App
