ସେହିପରି ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ପୌର ନିର୍ବାଚନ କରିବା ପାଇଁ ହାଇକୋର୍ଟକୁ ନଯାଆନ୍ତି ତେବେ ସାତ ଦିନ ଭିତରେ ବିଜେପି ହାଇକୋର୍ଟକୁ ଯିବା ସହ ସଂସଦରେ ମହାଅଭିଯୋଗ ପ୍ରସ୍ତାବ ଆଣିବ ବୋଲି ଚେତାବନୀ ଦେଇଛି ବିଜେପି। ଭାରତୀୟ ନିର୍ବାଚନ କମିଶନଙ୍କୁ ମହାଅଭିଯୋଗ ପ୍ରସ୍ତାବରେ ବହିଷ୍କାର କରାଯାଏ ସେମିତି ରାଜ୍ୟ ନିର୍ବାଚନ କମିଶନଙ୍କୁ ମଧ୍ୟ ବହିଷ୍କାର କରାଯାଇପାରିବ । ଲୋକସଭା ଓ ବିଧାନସଭା ନିର୍ବାଚନ ୫ ବର୍ଷ ପୁରିବା ପରେ ଯେମିତି ନିର୍ବାଚନ କରିବାକୁ ବାଧ୍ୟ ସେମିତି ପଞ୍ଚାୟତ ଓ ପୌର ସମୟ ଅବଧି ଶେଷ ହେଲେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ କରିବାକୁ ବାଧ୍ୟ ।
୩ ବର୍ଷ ବିତି ଗଲାଣି କିନ୍ତୁ ନିର୍ବାଚନ କମିଶନ କହୁଛନ୍ତି ଆମେ ଚିଠି ଲେଖୁଛୁ ପଞ୍ଚାୟତ ନିର୍ବାଚନ କରିବା ପାଇଁ ରାଜ୍ୟ ସରକାରଙ୍କୁ । ଜନ ପ୍ରତିନିଧିମାନେ ସରକାରୀ ଅଫିସର ମାନଙ୍କ ଆଗରେ ଗୋଡ ଭାଙ୍ଗି ଛିଡା ହେଉଛନ୍ତି । ଅଧିକାରୀ ମାନେ କୋଭିଡ ସମୟରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ୨୦୨୨ ମସିହା ଫେବୃଆରୀ ମାସରେ ପଞ୍ଚାୟତ ଶେଷ ହେବ । ରାଜ୍ୟ ନିର୍ବାଚନ କମିଶନ ନିଜର ସାମ୍ବିଧାନିକ ଦାୟୀତ୍ୱ ଭୁଲି ରାଜ୍ୟ ସରକାରଙ୍କ ଅଧିନରେ ପରିଚାଳିତ ହେଉଛି । କମିଶନଙ୍କୁ ରାଜ୍ୟ ସରକାର ଅନୁକମ୍ପା ଦେଖାଇ ପଦବୀ ଦେଇଥିବାରୁ ରାଜ୍ୟ ସରକାରଙ୍କ ଗୋଡାଣିଆ ହୋଇ ରହିଛନ୍ତି ବୋଲି ଅଭିଯୋଗ କରିଛି ବିଜେପି । ଏନେଇ ଆଜି ପ୍ରେସମିଟ କରି ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ପିତାମ୍ୱର ଆଚାର୍ଯ୍ୟ।