ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଆବାସ ଯୋଜନାରୁ ବଞ୍ଚିତ ଦିବ୍ୟାଙ୍ଗ । ବାଙ୍କୀ ସୁବର୍ଣ୍ଣପୁର ପଞ୍ଚାୟତର ଅସହାୟ ଦିବ୍ୟାଙ୍ଗ ମୁନା ଦଳେଇକୁ ଭୁଲିଗଲେ ରାଜ୍ୟ ସରକାର । ଦିବ୍ୟାଙ୍ଗ ମୁନାଙ୍କ ପରିବାର ଭଙ୍ଗା ଦଦରା ଘରେ ଦିନ କାଟୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡେ ପାଇବା ପାଇଁ ମୁନା ବାରମ୍ବାର ବ୍ଲକକୁ ଦୌଡିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହୋଇଛି । ସୁବର୍ଣ୍ଣପୁର ପଞ୍ଚାୟତ ବିଜେପି ମଣ୍ଡଳ ସଭାପତି ପ୍ରସନ ସ୍ବାଇଁ ମୁନାଙ୍କୁ ଭେଟିଛନ୍ତି । ତୁରନ୍ତ ତାଙ୍କୁ ଆବାସ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଭୁବନେଶ୍ୱର: ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ। ରାଜ୍ୟରେ ବାଘ ଗଣନା ଚାଲିଥିବା ବେଳେ କ୍ୟାମେରା ଟ୍ରାପରେ କଏଦ ହେଲା କଳା ରଙ୍ଗର ବାଘ।
On going camera trap tiger census in Odisha is throwing up some exciting & unexpected presence of wild fauna in our state. pic.twitter.com/zRGnh9tcIv — Susanta Nanda (@susantananda3) November 29, 2023
ଏନେଇ ଟିଇଟ୍ କରି ସୂଚନା ଦେଲା ପିସିସିଏଫ୍। କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଧିଷ୍ଟ ଜଙ୍ଗଲରେ ଦେଖାଯାଇଥିବା କହିଲେ ପିସିସିଏଫ୍ । ପୂର୍ବରୁ ଶିମିଳିପାଳରେ କଳାଦାଗ ଥିବା ମହାବଳ ଦେଖିବାକୁ ମିଳିଥିଲା। ଏବେ ପୁଣି କଳା କଲରା ପତ୍ରିଆ ବାଘ ଦେଖା ଯାଇଛି। ପୂର୍ବରୁ କଳା ମହାବଳ ଦେଖା ଯାଇଥିଲା ଶିମିଳିପାଳରେ।
ଅର୍ଗସ ବ୍ୟୁରୋ : ଛତିଶଗଡ଼ ଦୁର୍ଗର ନିର୍ବାଚନୀ ମଞ୍ଚରୁ ବଡ଼ ଘୋଷଣା । ଆଗାମୀ ୫ ବର୍ଷ ଯାଏ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳିବ ମାଗଣା ରାସନ ସାମଗ୍ରୀ । ୮୧ କୋଟିରୁ ଅଧିକ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଦେଇଥିଲେ ଦୀପାବଳି ଭେଟି । ଏବେ କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତିରେ ମୋହର ମାରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ଆଉ ୫ ବର୍ଷ ବୃଦ୍ଧି କରାଯାଇଛି । କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଆସନ୍ତା ଜାନୁଆରୀ ୧ ତାରିଖରୁ ୫ ବର୍ଷ ଯାଏ ଦେଶବାସୀଙ୍କୁ ମାଗଣା ରାସନ ଯୋଗାଣର ଇଏ ହେଉଛି ମୋଦି ଗ୍ୟାରେଣ୍ଟି । ଅନ୍ତ୍ୟୋଦୟ ପରିବାରଙ୍କ ପାଇଁ ବି ମାସିକ ୩୫ କେଜି ମାଗଣା ରାସନ ଯୋଗାଣ ଜାରି ରହିବ । ଆଗାମୀ ପାଞ୍ଚ ବର୍ଷ ପାଇଁ ଏହି ଯୋଜନାରେ ୧୧ ଲକ୍ଷ ୮୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ମୋଦି ସରକାର ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ପ୍ରଥମେ କୋରୋନା କାଳରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ପ୍ରାୟ ୮୧ କୋଟି ଭାରତୀୟଙ୍କୁ ମାଗଣାରେ ୫ କିଲୋ ଚାଉଳ କିମ୍ବା ଗହମ ଦିଆଯାଉଥିଲା । କୋରନା ପ୍ରଭାବ କମିବା ପରେ ବି ୨୦୨୨ ଡିସେମ୍ବର ଯାଏ ଏହି ଯୋଜନା ଜାରି ରହିଥିଲା । ୨୮ ମାସ ଯାଏ ଚାଲିଥିବା ଏହି ଯୋଜନାରେ ମୋଦି ସରକାର ୧ ଲକ୍ଷ ୮୦ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ତେବେ ୨୦୨୨ରେ ୫ କିଲୋ ପରିବର୍ତ୍ତେ ପୁରା ରାସନକୁ ମାଗଣା ଦେବାକୁ ନିଷ୍ପତ୍ତି ନେଇଥିଲେ ମୋଦି ସରକାର । ଏଥିସହ ୱାନ ନେସନ - ୱାନ ରାସନ କାର୍ଡ ପ୍ରଚଳନ କରିଥିଲେ ମୋଦି ସରକାର । ଯାହା ଫଳରେ କାମ ପାଇଁ ବାହାର ରାଜ୍ୟକୁ ଯାଉଥିବା ଶ୍ରମିକଙ୍କୁ ସେଠାରେ ମାଗଣାରେ ରାସନ ମିଳିପାରିଲା ।
ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ ଅନ୍ତର୍ଗତ ଏବେ ଦେଶର ୮୧ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି । ୨୦୨୨ ଡିସେମ୍ବରରେ ମୋଦି ସରକାର ବର୍ଷେ ଯାଏଁ ଏହି ଯୋଜନା ଜାରି ରହିବ ବୋଲି ଘୋଷଣା କରିଥିଲେ । ଅର୍ଥାତ ଆସନ୍ତା ମାସରେ ମାଗଣା ରାସନ ଯୋଜନାର ଅବଧି ଶେଷ ହେଉଥିଲା । ତା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହାକୁ ଆଉ ୫ ବର୍ଷ ବଢ଼ାଇବାକୁ ଘୋଷଣା କରି ଦେଇଥିଲେ ବଡ଼ ଆଶ୍ବସ୍ତି ।
ଗତ ୫ ବର୍ଷରେ ଦେଶର ୧୩ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖା ଉପରକୁ ଉଠିଛନ୍ତି । ଏବେ ଆଉ ୫ ବର୍ଷ ଯାଏ ମାଗଣା ରାସନ ଯୋଜନା ଅବଧି ବଢାଇବା ଲାଗି ମୋଦି ସରକାରଙ୍କ ନିଷ୍ପତ୍ତି ଗରିବ ହିତାଧିକାରୀଙ୍କ ମୁହଁରେ ହସ ଫୁଟାଇଛି । ଏଥିସହ ପୁଣିଥରେ ପ୍ରମାଣିତ ହୋଇଛି ଗରିବ କଲ୍ୟାଣ ନେଇ ମୋଦି ସରକାରଙ୍କ ପ୍ରତିବଦ୍ଧତା ।