ବିଧାନସଭାରୁ ରାଜଧାନୀର ରାଜରାସ୍ତା ପର୍ଯ୍ୟନ୍ତ ଚାଷୀଙ୍କ ହାତ ଛାଡିନି ବିଜେପି । ଖରା, ବର୍ଷା, ଶୀତ ଓ କାକରକୁ ଖାତିର ନକରି ଓଡ଼ିଶାର ଲୋକଙ୍କୁ ଦାନା ଯୋଗାଉଥିବା ଚାଷଙ୍କୁ ନେଇ ରାଜନୀତିର ଗୋଟି ଚଳାଇବା ବନ୍ଦ କରନ୍ତୁ ରାଜ୍ୟ ସରକାର। ଗରିବ ଚାଷୀଙ୍କ ଲୁହରେ ବିଜେଡି ଆଉ ତିଷ୍ଠି ପାରିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛି । ୧୦ଦିନ ଧରି ଚାଷୀ ଚିତ୍କାର କରୁଛି କିନ୍ତୁ କ୍ଷମତାସର୍ବସ୍ୱ ରାଜ୍ୟ ସରକାର ପଦ୍ମପୁର ନିର୍ବାଚନ ଜିତିବାର ପ୍ଲାନିଂ ତିଆରି କରୁଛନ୍ତି । ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଅନ୍ୟାୟକୁ ପଦ୍ମପୁର ଉପନିର୍ବାଚନରେ ଚାଷୀ ଉଚିତ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଯଦି ଚାଷୀଙ୍କ ଦାବି ରାଜ୍ୟ ସରକାର ନମାନନ୍ତି ତାହାରେ ଆଗାମୀ ଦିନରେ ଗାଁ ଗାଁ ବୁଲି ବିଜେପି ସତ୍ୟାଗ୍ରହ କରିବ ।
“ଗରୀବ ଚାଷୀଙ୍କ ସାଥୀ ଭାରତୀୟ ଜନତା ପାର୍ଟି” । ଗରୀବ ଚାଷୀଙ୍କ ନ୍ୟାୟ ପାଇଁ ସର୍ବଦା ଚେଷ୍ଟିତ ବିଜେପି କିନ୍ତୁ ଅହଙ୍କାରୀ, କୁଟଚକ୍ରୀ ବିଜେଡି ଧାନର ସହାୟକ ମୂଲ୍ୟ କେନ୍ଦ୍ର ସରକାର ୨୦୪୦ଟଙ୍କା କରିଥିଲେ ବି ଚାଷୀ ଆଜି ତାରିଖରେ ଦଲାଲଙ୍କୁ ୧୨୫୦ରେ ବିକ୍ରି କରିବାକୁ ବାଧ୍ୟ ହେଉଛି । ଚାଷୀ ମୁଣ୍ଡରେ ଚଡକ ପଡିଛି କହିଲେ ଅତୁକ୍ତି ହେବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ଆଜି ମୋଦିଜୀଙ୍କ ୯୫ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ସତ୍ୟାଗ୍ରହ ସ୍ଥଳରେ ଥିବା ଚାଷୀମାନେ ଶୁଣିଛନ୍ତି । ମୋଦୀ ଆଜି ୧୩୦କୋଟି ଦେଶବାସୀଙ୍କ ସହ ଯୋଡି ହେବା ସହ ବିଦେଶରେ ଭାରତର କଳା, ସାହିତ୍ୟ, ସଙ୍ଗୀତ ଆଦିର ବୃଦ୍ଧି ପାଉଛି ବୋଲି କହିଛନ୍ତି। ଆଜାଦି କି ଅମୃତକାଳରେ ଭାରତରେ ବହୁ ଦାୟିତ୍ୱ ରହିଛି ଓ ସାରା ବିଶ୍ୱରେ ଭାରତର ନୀତି, ଚିନ୍ତାଧାରାକୁ ସମ୍ମାନ ମିଳୁଛି ବୋଲି ମୋଦିଜୀ କହିଥିଲେ। ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଂପଦ ସ୍ୱାଇଁ, ମହେଶ ମହାନ୍ତି, ଜିଲ୍ଲା ସଭାପତି ବାବୁ ସିଂ, ବିଜେପି ନେତା ଦିଲୀପ ହରିଚନ୍ଦନ, ଆଶ୍ରିତ ପଟ୍ଟନାୟକ, ଜଗନ୍ନାଥ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଲକ୍ଷ୍ମଣ ପଣ୍ଡା, ସୁଦର୍ଶନ ନାୟକ, ପ୍ରଭଞ୍ଜନ ମହାପାତ୍ର, ପ୍ରଦୀପ ପଟ୍ଟନାୟକ, ସୁଶାନ୍ତ ମଲ୍ଲିକ ପ୍ରମୁଖ ସାମିଲ ହୋଇଥିଲେ।