ଏହି ଟିମ୍ ଓଡ଼ିଶାକୁ ଆସିବା ପରେ ଏକ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶାବାସୀଙ୍କ ମିଥ୍ୟା ପୁଞ୍ଜିନିବେଶର ଗପ ଶୁଣାଉଛନ୍ତି । ବାସ୍ତବରେ ଟଙ୍କାଟିଏ ବି ବିଦେଶ ପୁଞ୍ଜି ଓଡ଼ିଶାକୁ ଆସିନାହିଁ । ଅନ୍ୟପକ୍ଷରେ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଫିସରମାନଙ୍କୁ ବିଦେଶ ବୁଲାଇନେବା ସହ ବିଳାସପୂର୍ଣ୍ଣ ହୋଟେଲରେ ମଜା ମଜ୍ଲିସ କରି ଫେରିବା ଇତ୍ୟାଦି କାର୍ଯ୍ୟ କରାଯାଉଛି । ଅଫିସରମାନଙ୍କୁ ଖୁସି କରାଇବା ପାଇଁ ବାରମ୍ବାର ରାଜ୍ୟ ସରକାର ବିଦେଶଗସ୍ତର ଆୟୋଜନ କରୁଛନ୍ତି । ବିଦେଶ ଗସ୍ତରେ କେତେ ଖର୍ଚ୍ଚ ହୋଇଛି, କେତେ ପୁଞ୍ଜି ନିବେଶ ହୋଇଛି ଏବଂ କେଉଁ କେଉଁ ପୁଞ୍ଜିନିବେଶକାରୀଙ୍କୁ ଭେଟିଛନ୍ତି ତାହାର ବିବରଣୀ ସହ ଶ୍ୱେତପତ୍ର ଜାରି କରନ୍ତୁ ରାଜ୍ୟ ସରକାର । ରାଜ୍ୟ ରାଜକୋଷର ଟଙ୍କାକୁ “ଅୟସ ଆରାମ” କରିବାର କୌଣସି ଅଧିକାର ନାହିଁ ରାଜ୍ୟ ସରକାରଙ୍କର ଏଥିରୁ କ୍ଷାନ୍ତ ରୁହନ୍ତୁ ବୋଲି ଡ. ମହାନ୍ତି କହିଛନ୍ତି ।
ଅଧିକ ପଢ଼ନ୍ତୁ ଓଡିଶା ଖବର: