ଅଧିକ ପଢନ୍ତୁ ଓଡ଼ିଶା ଖବର
କେବଳ ବେଳାଭୂମୀ ନୁହଁ ହ୍ରଦ କିମ୍ବା ନଦୀ ଉପକୂଳରେ ମଧ୍ୟ ମଦ ଲାଇସେନ୍ସରେ ପର୍ଯ୍ୟଟନ କଟେଜ ଚାଲିପାରିବ । ସରକାରଙ୍କ ଏଭଳି ନିସ୍ପତ୍ତିକୁ ବିଭିନ୍ନ ମହଲରୁ ବିରୋଧ କରାଯାଇଥିବା ବେଳେ ଅବକାରୀ ମନ୍ତ୍ରୀ ବାଢିଛନ୍ତି ଅଜବ ଯୁକ୍ତି । ନୂଆ ଅବକାରୀ ନୀତି ଅନୁସାରେ ଗାଁରେ ନୂଆ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ । ତେବେ ସହରାଞ୍ଚଳରେ ତାରକା ଓ ଅନ୍ୟାନ୍ୟ ହୋଟେଲ ଗୁଡିକର ରୁମ ସଂଖ୍ୟା ଦେଖି ଠିପି ଖୋଲା ପାଇଁ ଲାଇସେନ୍ସ ପ୍ରଦାନ କରାଯିବ । ତେବେ ମଦର ଦର, କେଉଁ ବୟସର ଲୋକ ମଦ ପିଇବା ପାଇଁ ଅଯୋଗ୍ୟ ଓ ମଦ୍ୟପାନ ସ୍ବାସ୍ଥ୍ୟପକ୍ଷେ ହାନିକାରକ ବଡ ଅକ୍ଷରରେ ଲେଖିବେ ଦୋକାନୀ ।
ସେହିପରି ମଦ ଦୋକାନ ନାମ କୌଣସି ଦେବାଦେବୀଙ୍କ ନାରେ ରଖି ପାରିବେ ନାହିଁ ମଦ ଦୋକାନୀ । ତେବେ ସର୍ବନିମ୍ନ ମଦ ଉଠାଣ କୋଟା ଟିକସ, ଆବେଦନ ଫର୍ମ ଫି ଓ ଲାଇସନ୍ସ ଫିକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମଦ ବ୍ୟବସାୟୀ । ବିଚରେ ମଦ ବିକ୍ରିକୁ ନେଇ ଦୁଇ ବର୍ଷ ତଳେ ସରକାର ଯୋଜନା କରିଥିଲେ ମଧ୍ୟ ବିଭିନ୍ନ ମହଲରୁ ବିରୋଧ ଯୋଗୁଁ ତାହା ଲାଗୁ କରି ପାରିନଥିଲେ । ଏବେ ପୁଣି ଥରେ ବେଳାଭୂମୀରେ ମଦ ବିକ୍ରି ନିଷ୍ପତ୍ତି ନୂଆ ବିବାଦ ସୃଷ୍ଟି କରିଛି ।