OLXରେ ଗାଡି ବିକ୍ରି ନା ରେ ସାଧାରଣ ଜନତାଙ୍କୁ ଠକୁଥିଲେ
ଭୁବନେଶ୍ୱର: ଟିକା ନେବାକୁ ଆଗେଇ ଆସିବାକୁ ଅନୁରୋଧ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଟିକା ରହିଛି । ଅନୁପସ୍ଥିତ ଥିଲେ ପରେ ଆସି ଟିକା ନେଇପାରିବେ । ହେଲେ ଏବେ ଟିକା ନନେଲେ ପରେ ଆଉ ମାଗଣାରେ ମିଳବନି ଟିକା । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।
ସେପଟେ ରାଜ୍ୟରେ ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କୋରୋନା ଟିକା । ରାଜଧାନୀ ଭୁବନେଶ୍ୱରରେ 3 ଲକ୍ଷ 34 ହଜାର 5 ଶହ ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିବ ବୋଲି ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ଡାଟାବେସରେ ଥିବା କର୍ମୀଙ୍କୁ ମିଳିବ ଟିକା ।
ଆଜି ଟିକା ଦାନ ନେଇ କିଛି ସେସନସ କମାଯାଇଥିବାବେଳେ 192ଟି ସେସନସରେ ହେବ ଟିକାଦାନ । ତେବେ ପ୍ରଥମ ଟାର୍ଗେଟ ଗ୍ରୁପର ଟିକାକରଣ ଆଗାମୀ 25 ତାରିଖ ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଟିକାକରଣ ଅଭିଯାନକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି ।