ବଲାଙ୍ଗୀର ଜିଲ୍ଲା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶ ଦାତା ଅସିତ ତ୍ରିପାଠୀଙ୍କ ନିଜ ଗାଁ ଲୋଇସିଂହା ଯୋଗୀସୁର୍ରେଡାରେ ଥିବା 133 ବର୍ଷର ପୁରାତନ ସ୍କୁଲ । ନାହିଁ ନାହିଁରେ ଚାଲିଛି ସ୍କୁଲ । ବିଦ୍ୟାଳୟର ଫାଟକ ନାହିଁ, ପିଇବା ପାଣି ପାଇଁ ସୁବିଧା ନାହିଁ, ଶୌଚାଳୟ ବି ନାହିଁ । ଏପରିକି ବିଦ୍ୟାଳୟ ପରିସରରେ ଗାଇ ଓ ଛେଳି ଗୁହାଳ ବି ରହିଛି । ୮୧ ପିଲାଙ୍କ ପାଇଁ ଜଣେ ଶିକ୍ଷକ । ଆଉ ଜଣେ ଆସୁଛନ୍ତି ଡେପୁଟେସନରେ ।
କଳାହାଣ୍ଡି ଜୁାନାଗଡ ଚାରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ । ୭୨ ବର୍ଷର ପୁରାତନ ସ୍କୁଲର ଦୟୀନୟ ସ୍ଥିତି । ଛାତରୁ ପାଣି ଗଳୁଛି । ସ୍ଥିତି ଏମିତି ହୋଇଛି ଯେ ଏଠାରେ ବସି ପାଠ ପଢିବା ଆଉ ସମ୍ଭବ ନୁହେଁ । ଖପର ଛାତ ଉପରେ ଗଛ ଉଠିଲାଣି । ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ କ୍ଲାସ ଚାଲିଛି ।
ଓଡିଶାରେ ସ୍କୁଲ ରୁପାନ୍ତରିକରଣର ବଡ ପ୍ରଚାର ଭିତରେ ସଂସଦରେ ଉପସ୍ଥାପିତ ହୋଇଛି ସାରା ଦେଶର ବିଭିନ୍ନ ଜିଲ୍ଲାରେ ସ୍କୁଲ ଗୁଡିକର ପ୍ରଦର୍ଶନ ଆଧାରିତ ମାପକାଠି ସୂଚୀ ବା ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ।
ସଂସଦରେ ଉପସ୍ଥାପିତ ତଥ୍ୟ କହୁଛି ଓଡିଶାର 11 ଟି ଜିଲ୍ଲାର ସ୍କୁଲ ଶିକ୍ଷା ସ୍ଥିତି ରହିଛି ସଂଙ୍ଗୀନ । ରାଜ୍ୟରେ ସ୍କୁଲର ରୁପାନ୍ତ ରଣ ରେ ଯେଉଁ ଯେଉଁ ପ୍ରସଙ୍ଗକୁ ଗୁରତ୍ବ ଦିଆଯାଏ, ଶିକ୍ଷାର ମାପଦଣ୍ଡରେ ଓଡିଶାର ସ୍ଥିତି ମଜବୁତ ହେଉଛି ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି ସେ ଗୁଡିକରେ, ଓଡିଶାର 11 ଟି ଜିଲ୍ଲାରେ ସ୍ଥିତି ରହିଛି ସଂଙ୍ଗୀନ ।
ଉନ୍ନତ ମାନର ଶ୍ରେଣୀଗୃହ ମାପଦଣ୍ଡରେ ଉପକୁଳ ଯାଜପୁର ଜିଲ୍ଲାକୁ ମିଳିଛି- 90ରୁ 65 ଭିତ୍ତିଭୂମି, ଆନୁଷ୍ଙ୍ଗିକ ସୁବିଧା । ବିଦ୍ୟାର୍ଥୀଙ୍କୁ ସେମାନଙ୍କର ପ୍ରାପ୍ୟରେ ବରଗଡକୁ ମିଳିଛି 51ରୁ 38 ମାର୍କ । ନିରାପଦ ସ୍କୁଲ,ଓ ଶିଶୁ ସୁରକ୍ଷା ମାପଦଣ୍ଡରେ 35 ରୁ ବରଗଡକୁ ମିଳିଛି 21 , କମ୍ପ୍ୟୁଟର ଶିକ୍ଷାରେ 24 ନମ୍ବରରୁ ମାଲାକାନାଗିର ଓ କନ୍ଧମାଳକୁ ମିଳିଛି 3 ଲେଖାଁଏ ନମ୍ବର । ପ୍ରଶାସନିକ ବ୍ୟବସ୍ଥାରେ ମୋଟ 84 ନମ୍ବରରୁ ବରଗଡକୁ ମିଳିଛି 28 ନମ୍ବର ।
ସ୍କୁଲର ସୁବନ୍ଦୋବସ୍ତ ହେଉ ଅଥବା ଛାତ୍ର ଛାତ୍ରୀଙ୍କ ପୃଷ୍ଠି, କେନ୍ଦ୍ର ଯୋଗାଇ ଦେଉଛି ପର୍ଯ୍ୟାପ୍ତ ଅର୍ଥ । କେବଳ 2019-20 ଆର୍ଥିକ ବର୍ଷରେ ସ୍କୁଲର ବିକାଶ ପାଇଁ ଓଡିଶାକୁ 1769.54 କେୋଟି ଓ ପିଲାଙ୍ଗ ପୃଷ୍ଠି ସୁରକ୍ଷା ପାଇଁ ପିଏମ ପୋଷଣ ଅଭିଯାନରେ 575.98 କୋଟି ରାଜ୍ୟକୁ ଆସିଛି ।
ଯଦି କେନ୍ଦ୍ରୀୟ ଅର୍ଥ ସଠିକ ଭାବେ ବ୍ୟବହୃତ ହୁଅନ୍ତା ତେବେ ଆବଶ୍ୟକତା ଅନୁସାରେ ସ୍କୁଲର ସଂଖ୍ୟା ବଢାଇବା । ସ୍କୁଲରେ ଉପସ୍ଥାନକୁ ଭଲ କରିବା । ସ୍କୁଲର ଭିତ୍ତିଭୂମି ବଢାଇବା । ବାଳିକା ବିଦ୍ୟାଳୟ ଖୋଲିବା । ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ବିଦ୍ୟାଳୟ ଖୋଲିବା । ପିଲାଙ୍କୁ ଧନ୍ଦାମୁଳକ ଶିକ୍ଷା ସହ କମ୍ପ୍ୟୁଟର ଶିକ୍ଷାକୁ ପ୍ରାଧାନ୍ୟ ଦେବା । ଦିବ୍ୟାଙ୍ଗ ପିଲାମାନଙ୍କୁ ଉପକରଣ ଯୋଗାଇଦେବାରେ ରାଜ୍ୟ ଆଗେଇପାରନ୍ତା । 11 ଟି ଶିକ୍ଷା କ୍ଷେତ୍ରରେ ପଛୁଆ ଜିଲ୍ଲାରେ ରହିଛନ୍ତି ଅନେକ ଆକାଂକ୍ଷୀ ଜିଲ୍ଲା । ଯେଉଁ ଜିଲ୍ଲାର ବିକାଶର ଅନ୍ୟ ମାପଦଣ୍ଡ ସହ ସ୍କୁଲ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ସରକାର ଯୋଗାଇଦେଉଛନ୍ତି ଅନେକ ସହାୟତା ।