ଭଗବାନ ବିଷ୍ଣୁ ଏହି ମନ୍ଦିରରେ ପୂଜା ପାଇ ଆସୁଛନ୍ତି।କିନ୍ତୁ ୧୫୬୮ରୁ-୧୭୩୫ ମଧ୍ୟରେ ଉତ୍କଳ ବିଭିନ୍ନ ମନ୍ଦିର ଉପରେ ମୋଗଲ ଶାସକ ମାନେ ଆକ୍ରମଣ କରିଥିଲେ। ହିନ୍ଦୁ ସଂସ୍କୃତି ଓ ଧର୍ମୀୟ ଭାବନାକୁ ନଷ୍ଟ କରିବା ଦିଗରେ ଠିକ୍ ସେହି ସମୟରେ କଳା ପାହାଡ ବା କଳାଚାନ୍ଦ ରାୟ ଏହି ବିଷ୍ଣୁ ମନ୍ଦିର ଉପରେ ଆକ୍ରମଣ କରିଥିଲେ। କଳା ପାହାଡ ଏତେ କ୍ରୁର ଓ ବର୍ବର ଥିଲା ଯେ ମନ୍ଦିର ଭିତରେ ପୂଜା ପାଉଥିବା ବିଷ୍ଣୁଙ୍କ ମୂର୍ତ୍ତୀଙ୍କୁ ଖଣ୍ଡାରେ ହାଣି ଦୁଇ ଖଣ୍ଡ କରିଦେଇଥିଲା। ପାଦ ଖଣ୍ଡକୁ ମନ୍ଦିରରେ ଛାଡି ଚାଲି ଯାଇଥିବା ବେଳେ ଶରୀର ଖଣ୍ଡକୁ ସମୁଦ୍ରରେ ଫିଙ୍ଗି ଦେଇଥିବା ଯାହା କିମ୍ବଦନ୍ତୀ କହେ।
ବାରମ୍ବାର ଆକ୍ରମଣ ଲୁଣ୍ଠନ ପରେ ମଧ୍ୟ ଓଡିଆଙ୍କ ସାହସିକତା ହାର ମାନିନଥିଲା ରହିଯାଇଥିବା ମାଧବଜୀୟୁ ପ୍ରତିମୂର୍ତ୍ତୀଙ୍କୁ ପୂଜାର୍ଚ୍ଚନା ଆରମ୍ଭ କଲେ।ଆଡମ୍ବର ସହିତ ପୁଜା ଆରମ୍ଭ ହେଲା।୨୦୦୦ ମସିହାରେ ଗୋଟିଏ ପଞ୍ଚାୟତକୁ କୁ ନେଇ ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ କରାଯାଇଛି। ସାରା ବିଶ୍ବକୁ ଶାନ୍ତି ମୈତ୍ରୀର ବର୍ତ୍ତା ଦେଇ ଯଜ୍ଞ ଅନୁଷ୍ଠିତ ହୋଇଥାଏ।୩୦ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ। ଦୀର୍ଘ ୨୩ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ଏହି ମହାଯଜ୍ଞ ଚଳିତ ବର୍ଷ ୩ଦିନ ଧରି ବେଶ ଆଡମ୍ବର ସହିତ ପାଳିତ ହୋଇଥାଏ।ମହଣ ମହଣ ଘିଅ ,ନଡିଆ ଯଜ୍ଞ କୁଣ୍ଡରେ ପ୍ରଦାନ କରି ସାରା ବିଶ୍ବକୁ ଶାନ୍ତି ମୈତ୍ରୀର ଏକ ବାର୍ତ୍ତା ଦିଅନ୍ତି।
କ୍ରୁର ମୋଗଲ ଶାସକ ବରମ୍ବାର ହିନ୍ଦୁ ଧର୍ମ ସଂସ୍କୃତି ପରମ୍ପରା ଉପରେ ଆକ୍ରମଣ କରି ମଧ୍ୟ କିଛି ବିଗାଡି ପାରି ନାହିଁ। ଅନ୍ୟପକ୍ଷରେ ସନାତନୀ ମାନେ ନିଜର ଉଦ୍ଧାରବାଦ ମନୋଭାବର ପରିଚୟ ଦେଇଛନ୍ତି। ଆଜି ସାରା ବିଶ୍ବକୁ ଶାନ୍ତି ମୈତ୍ରୀର ଏକ ବାର୍ତ୍ତା ପ୍ରଦାନ କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: