ଗୋଠା ଗାଁରେ ପ୍ରାୟ ୫୦ ପରିବାର ରହୁଥିବା ବେଳେ ପାଣି ପାଇଁ ସେଭଳି କିଛି ସୁବିଧା ନାହିଁ। ଫଳରେ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ପକଳ୍ପ ଥାଇ ମଧ୍ୟ ପାହାଡ ଝରଣାରୁ ଏକ ପାଇପ ସଂଯୋଗ କରି ନିଜ ଉଦ୍ୟମ ରେ ଶୋଷ ମେଣ୍ଟାଉଛନ୍ତି ଗ୍ରାମବାସୀ । ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମନମୁଖି କାର୍ଯ୍ୟ କଳାପ ପାଇଁ ନିରିହ ଜନତା ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ଦୁର୍ଗମ ଆଦିବାସୀ ଅଞ୍ଚଳରେ ପାଣି ସମସ୍ୟା ଦୂର କରିବା ଲାଗି ସରକାର ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ କିଛି ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ଲାଗି ଏହି ଯୋଜନା ସ ବୁରୁ ବଞ୍ଚିତ ହେଉଛନ୍ତି ନିରୀହ ଆଦିବାସୀ ମାନେ । ବିଜେଡି ସରକାରରେ ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କୁ ସୁରକ୍ଷା ଦେଇ ଆସୁଥିଲେ ରାଜ୍ୟ ସରକାର । କିନ୍ତୁ ମୋହନ ସରକାରରେ ଅସାଧୁ ଠିକାଦାର ଓ ଯନ୍ତ୍ରୀଙ୍କ ମନମାନି ଚଳିବ ନାହିଁ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡବଲ ଇଞ୍ଜିନ ସରକାର ଉପରେ ବିଶ୍ବାସ ବାନ୍ଧିଛନ୍ତି ଗୋଠା ଗ୍ରାମବାସୀ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: