କିନ୍ତୁ ସ୍ତ୍ରୀ ମଲା ସମୟରେ ଗାଁର କେହି ସହଯୋଗ କଲେ ନାହିଁ । ଏପରିକି ସାମାଜିକ ବାସନ୍ଦ ଭଳି ଅନ୍ଧ ବିଶ୍ଵାସର ଅନ୍ଧ ଗଳିରେ ପଡି ତାଙ୍କ ଶୁଦ୍ଧିକ୍ରିୟା କରାଇ ଦେଲେ ନାହିଁ । ସତରେ କେଡେ ନିଷ୍ଠୁର ଏ ମଣିଷ । ଯାହାକୁ ନେଇ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛି କୁଆଁର ।ନିଜର ସମାନତା ଅଧିକାର ପାଇବା ପାଇଁ, ତତସହିତ ସାମାଜିକ ପ୍ରଥାରେ ନିଜ ବନ୍ଧୁ ବାନ୍ଧବ ,ଜ୍ଞାତି କୁଟୁମ୍ବଙ୍କ ସହିତ ଚଳିବା ଏବଂ ଏକ ଭାଇଚାରାର ଭାବ ନେଇ ସମାଜରେ ଚଳିବା ପାଇଁ ବହୁ ଚେଷ୍ଟା କରିଛି କୁଆଁର । ଯାହାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲୁ। ଖୁବଶୀଘ୍ର ଘଟଣାଟିକୁ ଗୁରୁତର ସହିତ ନିଆଯାଇ ତଦନ୍ତ କରିବା ପାଇଁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
ଗାଁ ଗହଳିରେ ଅନ୍ଧ ବିଶ୍ଵାସର ଅନ୍ଧ ଗଳିରେ ବସବତୀ ହୋଇ ନିରୀହ, ନିଃସହାୟଙ୍କ ପ୍ରତି କରାଯାଉଥିବା ମାନସିକ ଓ ଶାରୀରିକ ନିର୍ଯ୍ୟାତନାକୁ ରୋକିବା ଆବଶ୍ୟକ ରହିଛି।୮ ବର୍ଷ ଧରି ସାମାଜିକ ବାସନ୍ଦରେ ରହି ଛଟପଟ ହେଉଥିବା କୁଆଁରଙ୍କ ପ୍ରତି ସରକାର କେଉଁ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ହିଁ ଅପେକ୍ଷା ।
ଅଧିକ ଓଡିଶା ଖବର ପଢ଼ନ୍ତୁ