ପୁରୀ ବାଘେଆଖେଡା ଲେନ୍ ରେ ଜନ୍ମିତ ସଂଗ୍ରାମ ପିଲାଦିନରୁ ଡ୍ୟାନ୍ସ ପ୍ରତି ଆକର୍ଷିତ ଥିଲେ ।ହେଲେ ପରିବାରର ଗୋଟିଏ ପୁଅ ହୋଇଥିବାରୁ ପରିବାରର ବୋଝ ସ୍ୱପ୍ନ ପୁରଣ ରାସ୍ତାରେ କଣ୍ଟା ସାଜିଥିଲା ।ପୁରୀରେ ଡ୍ୟାନ୍ସ ସ୍କୁଲ ଖୋଲି ପରିବାର ପ୍ରତିପୋଷଣ କରିବା ଭିତରେ ସ୍ୱପ୍ନ ସବୁ ମନକୁ ବିଚଳିତ କରିଥିଲା ।ଓଡ଼ିଶାରେ ଯଦିଓ କିଛି ଡ୍ୟାନ୍ସ ପ୍ରୋଗ୍ରାମ ଓ ଆୱାର୍ଡ ସେରିମୋନିରେ ଡ୍ୟାନ୍ସ କୋରିଓଗ୍ରାଫି ସହ ଆଗଧାଡ଼ିର ନାୟକ ମାନଙ୍କୁ ଡ୍ୟାନ୍ସରେ ସହାୟତା କରିଛନ୍ତି ।ହେଲେ ବଲିଉଡର ଆକାଶରେ ତାରକା ହେବାର ସ୍ୱପ୍ନ ତାଙ୍କୁ ଶୋଇବାକୁ ଦେଇନି ।ଶେଷରେ 2019ରେ ସବୁକୁ ପଛରେ ପକାଇ ପହଞ୍ଚିଛନ୍ତି ମୁମ୍ବାଇ ମାୟା ନଗରୀରେ ।ଶେଷରେ 4ବର୍ଷର ସଂଘର୍ଷ ଆଣିଦେଇଛି ସଫଳତା ।ଏବେ ବଲିଉଡରେ ପାଦ ଥାପିଛନ୍ତି ସଂଗ୍ରାମ ।
ଦିନେ ପରିବାରର ବୋଝ ଭିତରେ ଧନ୍ଦୀ ହେଉଥିବା ସଂଗ୍ରାମ ଶେଷରେ ବଲିଉଡର ମାୟାନଗରୀ ପର୍ଯ୍ୟନ୍ତ ପହଞ୍ଚିଥିବା ସଂଗ୍ରାମଙ୍କ କ୍ୟାରିଅର ଆହୁରି ଉଜ୍ଜ୍ୱଳମୟ ହେଉ, ଏହା ହିଁ ଅର୍ଗସ ନ୍ୟୁଜ ତରଫରୁ ଶୁଭେଛା ଓ ଶୁଭକାମନା ।
ଅଧିକ ପଢ଼ନ୍ତୁ ଓଡିଶା ଖବର: