ରବିବାର ସନ୍ଧ୍ୟାରେ ଛାତି ଓ ପେଟ ଯନ୍ତ୍ରଣା ଆରମ୍ଭ ହୋଇଥିଲା। କିନ୍ତୁ ବିଡମ୍ଵନାର ବିଷୟ ହଷ୍ଟେଲରେ ନା ଥିଲେ ପ୍ରଧାନଶିକ୍ଷକ, ନା ୱାର୍ଡେନ। ପରେ ବିଦ୍ୟଳୟର ପାଚିକା ସହାୟକ ଭାବରେ କାର୍ଯ୍ୟରତ ଜଣେ ବ୍ୟକ୍ତି ତାଙ୍କୁ କିଛି ଔଷଧ ଖାଇବାକୁ ଦେଇଥିଲେ। କିନ୍ତୁ ରାତିରେ ପୁଣି ଥରେ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହି ସମୟରେ ଉକ୍ତ ଛାତ୍ରଙ୍କର ପାଟିରୁ ଗରଳ ବାହାରିବା ସହ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଖବର ପାଇ ଶିକ୍ଷୟିତ୍ରୀ ସଙ୍ଗୀତା ବିଶ୍ବାସ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉକ୍ତ ଘଟଣାରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ଅତି ତରବରିଆ ଭାବେ ଆମ୍ବୁଲାନ୍ସକୁ ଡାକି ଶିଶୁଟିକୁ ନିକଟସ୍ଥ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ଶିଶୁଟିକୁ ମୃତ ବୋଲି ଘୋଷଣା କରିଥିଲେ ।
ଆହୁରି ଅଧିକ ଓଡିଶା ଖବର ପଢ଼ନ୍ତୁ...