ସରକାର ଶିକ୍ଷାର ଉନ୍ନତି ନିମନ୍ତେ କୋଟି କୋଟି ଅର୍ଥ ବିନିଯୋଗ କରୁଛନ୍ତି।ସବୁ ସ୍କୁଲ୍ କାନ୍ଥରେ ଲେଖା ଅଛି ସଭିଏ ପଡ଼ନ୍ତୁ ସଭିଏ ବଡ଼ନ୍ତୁ ଏଥିପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଅର୍ଥ ବିନିଯୋଗ ହେଉଛି କୋଟି କୋଟି ଟଙ୍କା। କିନ୍ତୁ ଖାଇବାକୁ ନପାଇ ସ୍କୁଲ ଓ ହଷ୍ଟେଲ ଛାଡି ଚାଲି ଯାଇଛନ୍ତି ବୈପାରିଗୁଡ଼ା ନୋଡାଲ ଉଚ୍ଚ ପ୍ରାଥମିକ ଛାତ୍ରାବାସର ୪୦ ଜଣ ଛାତ୍ର। ହଷ୍ଟେଲରୁ ଚାଲିଚାଲି ଯାଉଥିବା ଅବସ୍ଥାରେ ଦେଖି ପାଖ ଗାଁର କିଛି ଲୋକ ସେମାନଙ୍କୁ ଖାଇବାକୁ ଦେଇଥିଲେ l
ପରେ ସେହି ଛାତ୍ରମାନେ ନିଜ ନିଜ ଘରକୁ ଚାଲି ଯାଇଛନ୍ତି l ଏହା ପୂର୍ବରୁ ବୈପାରୀଗୁଡା ଅଞ୍ଚଳରେ ପିଲାଙ୍କୁ ଖାଦ୍ୟ ଠିକ ସେ ନ ମିଳିବା ଘଟଣା ବହୁବାର ଘଟିଛି କିନ୍ତୁ ଦେଖିବାକୁ ବାକି ରହିଲା ଛାତ୍ରାବାସରେ ପେଟପୁରା ଖାଦ୍ୟ ନ ମିଳିବା ବିଷୟକୁ ଶିକ୍ଷା ବିଭାଗ କେତେ ଗୁରୁତ୍ୱର ତଦନ୍ତ କରୁଛି ନା ଏହି ଘଟଣାକୁ ଅଣଦେଖା କରୁଛି l