ବଲାଙ୍ଗିର ଜିଲ୍ଲାର ବେଳପଡା ବ୍ଲକ ଘାଗୁଲ୍ଲୀ ପଞ୍ଚ।ୟତ ଅନ୍ତର୍ଗତ ଜାମଜୁରୀ ଗାର ଏ ହେଉଛି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ 1972 ମସିହାରେ ସ୍ଥାପନ ହୋଇଥିଲା। ଏଠାରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀପର୍ଯ୍ୟନ୍ତ ରହିଛି। ଅଷ୍ଟମ ଶ୍ରେଣୀ ପାଇଁ 5 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହିଥିବା ବେଳେ101 ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଶତାଧିକ ପିଲାଙ୍କ ପାଇଁ କେବଳ 2ଟି କୋଠରୀ ରହିଛି। ଆଠଟି ଶ୍ରେଣୀର ପିଲାଙ୍କୁ ଦୁଇଟି କୋଠରୀରେ ବସାଇ ଶିକ୍ଷାଦାନ ଦେବା ସମ୍ଭବ ହେଉ ନ ଥିବା ବେଳେ ଗୋଟିଏ କୋଠରୀରେ ସ୍କୁଲ ସାମଗ୍ରୀ ଏମଡିଏମ ଚାଉଳ ରହିଛି। କୋଠରୀ ଅଭାବରୁ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି।ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଶ୍ରେଣୀ ଗୃହ ପାଇଁ ଗ୍ରାମବାସୀ ମାନେ ଦୀର୍ଘ ଦିନରୁ ଜିଲ୍ଲା ପ୍ରଶାସନ ବ୍ଲକ ପ୍ରଶାସନ ଓ ପାଟଣାଗଡ଼ ବିଧାୟକଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବାରୁ ଜନ ଅସନ୍ତୋଷ ପ୍ରକାଶ ପାଇଛି। କେବଳ ପ୍ରତିଶ୍ରୁତି ଦେଇ ଠକି ଚାଲିଛନ୍ତି। ରାଜନେତା ଓ ପ୍ରଶାସନ ପାଖେ ଗୁହାରି କରି ପରିଶେଷରେ ଗ୍ରାମବାସୀ ମାନେ ଏକ ସଭା କରି ଘରପ୍ରତି କିଛି ଚାନ୍ଦା ଆଦାୟ କରି ସେହି ଟଙ୍କାରେ ଗ୍ରାମବାସୀ ଗଛ ଓ ବାଉଁଶ ପାଟି ଆଣି ଏକ କୁଡ଼ିଆ ନିର୍ମାଣ କରି ଛାତ ଉପରେ ପାଳ ପକାଇ ଏକ ଅସ୍ଥାୟୀ ଘର ତିଆରି କରିଥିଲେ। ସେହି ଅସ୍ଥାୟୀ କୁଡ଼ିଆର ତଳେବସି ସପ୍ତମ ଓ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ପାଠ ପଢ଼ୁଥିବାଜଣାପଡିଛି। ପାଠପଢୁଥିବା ଛାତ୍ରଛାତ୍ରୀ ମାନେ ଖରା ବର୍ଷା ଓ ସାପକୁ ଭୟ ରହିଛି ବୋଲି ଅଭିଯୋଗ କରିଛନ୍ତି। ଏବେ ଦେଖିବାକୁ ବାକି ରହିଲା ପ୍ରଶାସନ ତରଫରୁ କେବେ ଜାମଜୁରୀ ଗାଁରେ ନୂତନ ସ୍କୁଲ କୋଠରୀ ନିର୍ମାଣ କରିବେ ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।