ଏବଂ ଏ ନେଇ ରେଭେନ୍ସା ବିଶ୍ଵବିଦ୍ୟାଳୟ କତୃପକ୍ଷ ୧୫ଦିନ ମଧ୍ୟରେ ସମସ୍ୟା ର ସମାଧାନ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ସୁଫଳ ନ ମିଳିବାରୁ ଗତ କାଲି ରାତିରୁ ଜଗନ୍ନାଥ ଛାତ୍ରାବାସ ର ଛାତ୍ରାମାନେ ଅହରାତ୍ର ଆନ୍ଦୋଳନ ଜାରି ରଖିଛନ୍ତି । ଅନ୍ୟପଟେ କଲେଜ କତୃପକ୍ଷ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରି ଘଟଣାର ତଦନ୍ତ କରିବା ସହ ଟେଣ୍ଡର ପ୍ରକ୍ରିୟାରେ ବିଳମ୍ବ ହେବାରୁ ଆଗାମୀ ୩ସପ୍ତାହ ମଧ୍ୟରେ ୬୦ଟି ନୂଆ ଖଟ ଯୋଗାଇବା ଯୋଜନାରେ ରହିଛନ୍ତି ବୋଲି କହିଛନ୍ତି ରେଭେନ୍ସା ବିଶ୍ଵବିଦ୍ୟାଳୟ କତୃପକ୍ଷ ।
ଗତକାଲିଠୁ ଛାତ୍ରାବାସର ଛାତ୍ରମାନେ ଦେଇଛନ୍ତି ଧାରଣା

ଅର୍ଗସ ବ୍ୟୁରୋ: ରେଭେନ୍ସା ବିଶ୍ଵବିଦ୍ୟାଳୟ ଜଗନ୍ନାଥ ଛାତ୍ରାବାସର ବିଭିନ୍ନ ସମସ୍ୟାକୁ ନେଇ ପୁଣି ତେଜିଲା ଆନ୍ଦୋଳନ । ଗତକାଲିଠୁ ଛାତ୍ରାବାସର ଛାତ୍ରମାନେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦେଇଛନ୍ତି ଧାରଣା। ତେବେ ପାଣି, ଆବାସ ପତ୍ର ରଖିବା ପାଇଁ ଆଲମାରି ମୁଖ୍ୟତଃ ଶୋଉଥିବା ଖଟର ଦହନୀୟ ଅବସ୍ଥାକୁ ନେଇ ଗତ ୧୫ଦିନ ତଳେ ଖଟ ଏବଂ ଚେୟାର, ଟେବୁଲ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଛାତ୍ରାବାସ ଛାତ୍ର ।
Download Argus News App
