ହେଲେ ମଧ୍ୟାହ୍ନ ସମୟରେ ସେ ବିଦ୍ୟାଳୟ ପାଖରେ ଥିବା ନାଳରୁ ବାଡି ସାହାଯ୍ୟରେ ମୃତ ସାପଟିକୁ ଉଠାଇଥିଲେ । ଯାହା ବାବଦରେ ଅନ୍ୟ ଛାତ୍ରମାନେ ଶିକ୍ଷକଙ୍କ ନିକଟରେ କହିବା ପରେ ବିଦ୍ୟାଳୟର ଶିକ୍ଷକ ଜୟନ୍ତ କୁମାର ମଲ୍ଲିକ କିଛି ନ ବୁଝି ଦ୍ୱିତୀୟ ଶ୍ରେଣୀ ଛାତ୍ର ଶୁଭ ବେହେରାକୁ ଅତି ନିର୍ଦ୍ଦୟ ଭାବେ ମାଡ ମାରିଥିଲେ ।
ଶୁଭ ବେହେରାଙ୍କୁ ଶିକ୍ଷକ ଏପରି ମାଡ ମାରିଛନ୍ତି ଯେ ତାଙ୍କର ପିଠି ପଚା ପଡିଯିବା ସହିତ ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ଛାତ୍ର ଜଣକ ବିଦ୍ୟାଳୟରୁ ଘରକୁ ଫେରିବାର ଦୀର୍ଘ ସମୟ ପରେ ପରିବାର ଲୋକେ ଘଟଣା ବାବଦରେ ଜାଣିବାକୁ ପାଇଥିଲେ । ପରେ ଏ ନେଇ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କପ୍ତିପଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାଡ ଖାଇ ଛାତ୍ରର ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସା କରାଯାଇଛି ।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।