ଏଥିପାଇ ରାତି ୧୦ ଟାରୁ ସକାଳ ୬ଟା ନାଇଟ ସିପ୍ଟ ସହ ୮ ଘଣ୍ଟା ଲେଖାଏଁ ୩ ଟି ସିପ୍ଟ ଡ୍ୟୁଟି କରିବେ । ସେପଟେ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି କୁ ନେଇ ଶିକ୍ଷକ ମଧ୍ୟରେ ଅସନ୍ତୋଷ ଜାହିର କରିଛନ୍ତି । ଏହି ଡ୍ୟୁଟି ଶିକ୍ଷକମାନେ କେତେଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ତାହା ମଧ୍ୟ ଜଣାପଡ଼ିନାହିଁ । ୧୫ ଦିନ ପରେ ସିପ୍ଟ ବଦଳିବ ବୋଲି ଜଣାପଡିଛି ।
ସମ୍ବଲପୁର ଜିଲ୍ଲା ପ୍ରଶାସନ ର ଅଜବ ନିତି, ରେଳ ଷ୍ଟେସନରେ ଥର୍ମାଲ ସ୍କାନିଂ କଲେ ଶିକ୍ଷକ

ସମ୍ୱଲପୁର: ରେଳ ଷ୍ଟେସନରେ ଥର୍ମାଲ ସ୍କାନିଂ କଲେ ଶିକ୍ଷକ । ସମ୍ବଲପୁର ଜିଲ୍ଲା ପ୍ରଶାସନର ଅଜବ ନୀତି । ୧୮ ଜଣ ଶିକ୍ଷକ ଥର୍ମାଲ ସ୍କ୍ରିନି କରିବା ପାଇଁ ଦ୍ବାୟିତ୍ବ ଦିଆଯାଇଛି । ରେଳ ଷ୍ଟେସନକୁ ଯାଉଥିବା ଓ ଓହ୍ଲାଉଥିବା ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନି କରିବେ ପ୍ରାଥମିକ ସ୍କୁଲ ଶିକ୍ଷକ । ଶୁକ୍ରବାର ଏନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦ୍ଧେଶକ ନୋଟିସ ଜାରି କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ସମ୍ବଲପୁର ଜଙ୍କସନ, ସିଟି ହୀରାକୁଦ ଓ ରେଢାଖୋଲ ଷ୍ଟେସନ ପାଇଁ ୧୮ ଜଣ ଶିକ୍ଷକ ଦ୍ବାୟିତ୍ବ ଦିଆଯାଇଛି ।
Download Argus News App
