ସେହିପରି ସୁବର୍ଣ୍ଣପୁରରେ 42.8, ଦେବଗଡରେ 42, ସୁନ୍ଦରଗଡରେ 42, ଝାରସୁଗୁଡାରରେ 41.6, ତାଲଚେର 41, ଟିଟିଲାଗଡରେ 41 ଏବଂ ସମ୍ବଲପୁରରେ 40 ଡିଗ୍ରୀ ତାପମାତ୍ରା ରେର୍କଡ କରାଯାଇଛି। ଆଗକୁ ମଧ୍ୟ ତାପମାତ୍ରାରେ ଆହୁରି ବୃଦ୍ଧି ଘଟିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
ଭୀଷଣ ତାପମାତ୍ରା ଯୋଗୁ ବାୟୁମଣ୍ଡଳରେ ଆଦ୍ରତା ବଢୁଥିବାରୁ ଜନସାଧାରଣଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଆସନ୍ତ 24ତାରିଖ ପରେ ରାଜ୍ୟରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିବ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।