ଦିନେଶଙ୍କ ପେଟରେ ଗଭୀର ଆଘାତ ଲାଗିଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି। ଘଟଣାକୁ ନେଇ ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥାଏ ବୋଲି ପୋଲିସ ଅନୁମାନ କରୁଛି। ସବୁଠାରୁ ବଡ଼କଥା ବଡଦାଣ୍ଡରେ ପୋଲିସ୍ ଉପସ୍ଥିତିରେ ଦୁର୍ବୃତ୍ତ ମାନେ ଜଣେ ଯୁବକକୁ ଏଭଳି ଛୁରାମାଡ କରିବା ଘଟଣା ନେଇ ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି। ଅପରାଧୀମାନେ ପୁରୀ ପୋଲିସକୁ ଆଉ ଯମାବି ଖାତିର କରୁନଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ସବୁଠାରୁ ରୋଚକ କଥା ହେଉଛି ଛୁରା ମାଡ ହୋଇଥିବା ସ୍ଥାନଟି ସିଂହଦ୍ୱାର ଓ ଟାଉନ ଥାନା ଠାରୁ ମାତ୍ର ୫୦ ମିଟର ଦୂରରେ ରହିଛି। ସେହିପରି ମର୍ଚ୍ଚିକୋଟ ଛକରେ ସବୁ ସମୟରେ ପୋଲିସ ମଧ୍ୟ ଡ୍ୟୁଟିରେ ରୁହନ୍ତି। ପାଖରେ ଦୁଇଟି ଦୁଇଟି ଥାନା ଥିବାବେଳେ ଅପରାଧୀ ମାନେ ଛୁରା ମାଡ କରି ଆତଙ୍କରାଜ ଖେଳାଇବା ସହ ପୋଲିସକୁ ଏକ ପ୍ରକାର ଚାଲେଞ୍ଜ ଦେଇଛନ୍ତି।
ଅପରାଧ ଖବର ଆହୁରି ପଢନ୍ତୁ