ଗହଣା ଦୋକାନ ମାଲିକ ଘଟଣାଟିର ତଦନ୍ତ କରିବା ପରେ ଜାଣିବାକୁ ପାଇଥିଲେ ଯେ ଗହଣା ଦୋକାନରେ କାର୍ଯ୍ୟରତ ମ୍ୟାନେଜର ମୃତକ ସୁରେଶ ପାଣ୍ଡେ ଏହି ଚୋରି ଘଟଣାରେ ଲିପ୍ତ ରହିଛି ଏବଂ ମୃତକ ସୁରେଶ ପାଖରୁ ଗହଣାର ପ୍ରାଇସ ଟ୍ୟାଗ ମଧ୍ୟ ବାହାରିଥିଲା । ତେବେ ଅଗଷ୍ଟ 8ରେ ଏକ ଚୋରି ଘଟଣାରେ ମ୍ୟାନେଜରର ସମ୍ପୃକ୍ତି ଜଣାପଡିବା ପରେ ମୃତକ ମ୍ୟାନେଜରକୁ ସିଧା ସଳଖ ପୋଲିସକୁ ହସ୍ତାନ୍ତର ନକରି ତାଙ୍କୁ ପ୍ରଥମେ ମାଡ଼ ମରାଯାଇଥିଲା ଏବଂ ଅଗଷ୍ଟ ୯ରେ ଝାରସୁଗୁଡ଼ା ପୋଲିସକୁ ଜିମା ଦିଆଯାଇଥିଲା।
ମୃତକର ଅବସ୍ଥା ଦେଖି ପୋଲିସ ଝାରସୁଗୁଡ଼ା ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇଥିଲ ସେଠି ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା VIMSARକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ମ୍ୟାନେଜର ସୁରେଶ ପାଣ୍ଡେର ମୃତ୍ୟ ଘଟିଛି । ତେବେ 9 ଅଗଷ୍ଟ ଦିନ ମୃତକଙ୍କ ମାଙ୍କ FIRକୁ ଭିତ୍ତିକରି ଆଜି କେସ ଟର୍ଣ୍ଣ ହେବା ପରେ ଝାରସୁଗୁଡ଼ା ପୋଲିସ ହତ୍ୟା ମାମଲା ରୁଜୁ କରି ଗହଣା ଦୋକାନର ମାଲିକ ଏବଂ ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।
ଅପରାଧ ଖବର ଆହୁରି ପଢ଼ନ୍ତୁ ।