ସୂଚନା ଅନୁସାରେ, କଲେଜ୍ ନିକଟସ୍ଥ ସାହିରେ ରହୁଥିବା ରୀନା ଓ ବାବୁ ସର୍ଦ୍ଦାର ଘରେ ଏକୋଶିଆ ଭୋଜି ପାଇଁ ମାଛ କିଣି ଘର ପଛପଟେ ରଖିଥିଲେ l ସେପଟେ ପାରିଆ ପଞ୍ଚାୟତ ଘୁମୁରାପଦର ଗାଁର ଶ୍ରୀକାନ୍ତ ମାଳୀ ନାମକ ଜଣେ ଯୁବକ ତାହା ଚୋରି ପାଇଁ ବିଳମ୍ବିତ ରାତିରେ ଘରେ ପଶିଥିଲା l ତେବେ ଘର ଲୋକେଙ୍କ ହାତରେ ପଡ଼ିଯାଇଥିଲା ଚୋର । ଚୋରକୁ କାବୁ କରି ତାକୁ ନିର୍ଦ୍ଦୁମ ଛେଚିଥିଲେ ।
ସକାଳ 9 ପର୍ଯ୍ୟନ୍ତ ତାକୁ ଅଟକ ରଖିଥିଲେ ବି ପୋଲିସକୁ ଖବର୍ ଦେଇ ନ ଥିଲେ l ପରେ କୌଣସି ସୂତ୍ରରୁ ଖବର ପାଇଁ ରାଇଘର ପୋଲିସ ଘଟଣାସ୍ଥଳରେ ପହଁଚି ଚୋରକୁ ଉଦ୍ଧାର କରିଥିଲା । ଘଟଣାକୁ ଚପାଇ ଦେବାକୁ ଚେଷ୍ଟା କରିଥିବା ଏବଂ ଅମାନବୀୟ ଭାବେ ସାରାରାତି ବାନ୍ଧି ରଖି ମାଡ ମାରିବା ଘଟଣାକୁ ବୁଦ୍ଧିଜୀବି ମହଲରେ ନିନ୍ଦା କରାଯାଇଛି ।