ରାୟଗଡ଼ା ଜିଲ୍ଲା ଯାଇ ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଥିଲା ବିଜେପି ମହିଳା ଟିମ୍ । ଯେଉଁଠି ଅନେକ ମେଡିକାଲରେ ଶିଶୁ ବିଶେଷଜ୍ଞ ନାହାନ୍ତି। ଅନେକ ହସ୍ପିଟାଲରେ ଆବଶ୍ୟକତାଠାରୁ ବହୁତ କମ୍ ଡାକ୍ତର ଅଛନ୍ତି । ଏମିତିକି ଅନେକ ମେଡିକାଲରେ ମାତ୍ର ୨ ଜଣ ଶିଶୁ ବିଶେଷଜ୍ଞ ଅଛନ୍ତି। କୌଣସିଠାରେ ଡେଡିକେଟେଡ୍ ଚାଇଲ୍ଡ କେୟାର ବେଡ୍ ବ୍ୟବସ୍ଥା ନାହିଁ। କେବଳ ରାୟଗଡା ନୁହେଁ ଅନ୍ୟ ଜିଲ୍ଲା ଗୁଡିକେରେ ମଧ୍ୟ ସମାନ ସ୍ଥିତି। ଏସବୁକୁ ଦେଖିଲେ ତୃତୀୟ ଲହର ରାଜ୍ୟବାସୀଙ୍କ ପାଇଁ ସଙ୍କଟ ଆଣିବ ବୋଲି କହିଛି ବିଜେପି।
ତୃତୀୟ ଲହର ରାଜ୍ୟବାସୀଙ୍କ ପାଇଁ ସଙ୍କଟ ଆଣିବ: ବିଜେପି

ଅର୍ଗସ ବ୍ୟୁରୋ: କୋରୋନା ମହାମାରୀର ତୃତୀୟ ଲହର ମୁକାବିଲା କରିବାକୁ ପ୍ରସ୍ତୁତ ନାହାଁନ୍ତି ସରକାର। ଜିଲ୍ଲାମାନଙ୍କର ସ୍ୱାସ୍ଥ୍ୟ ଭିତ୍ତିଭୂମିର ଘୋର ଅଭାବ ଥିବା ସଙ୍ଗୀନ ଅଭିଯୋଗ ଆଣିଛି ବିଜେପି । ରାଜ୍ୟ ଖାଲି ପଡିଥିବା ଡାକ୍ତରୀ ପଦବୀକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତିପଟ୍ଟନାୟକ । କହିଛନ୍ତି ରାଜ୍ୟରେ ୫୨.୭୦% ଡାକ୍ତରୀ ପଦବୀ ଖାଲି ପଡ଼ିଛି । ବର୍ତ୍ତମାନ ଆବଶ୍ୟକ ଥିବା ୮ହଜାରରୁ ଅଧିକ ଡାକ୍ତରଙ୍କ ମଧ୍ୟରୁ ମାତ୍ର ୪୫୯୫ ଜଣଙ୍କୁ ନିଯୁକ୍ତି ମିଳିଛି । ଉଦବେଗଜନକ ବିଷୟ ହେଲା, ଶିଶୁ ବିଶେଷଜ୍ଞ ନଥିବାରୁ ତୃତୀୟ ଲହର ମୁକାବିଲା ସରକାରଙ୍କ ପାଇଁ କଷ୍ଟକର ହେବ ବୋଲି ସେ କହିଛନ୍ତି ।
Download Argus News App
