ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ୍, ବିଶେଶ୍ୱର ଟୁଡୁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ରାଜ୍ୟ ସଭାପତି ସମୀର ମହାନ୍ତି, ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ମନମୋହନ ସାମଲ, କେଭି ସିଂହଦେଓ, ସୁରମା ପାଢୀ, ସମ୍ବିତ ପାତ୍ର, ଅପରାଜିତା ଷଡଙ୍ଗୀ, ପୃଥୀରାଜ୍ ହରିଚନ୍ଦନ୍, ମୋହନ ଚରଣ ମାଝୀ, ପ୍ରଭାତ ପରିଡା, ମାନସ କୁମାର ମହାନ୍ତି, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାରଙ୍କ ନାମ ରହିଛି।
ପ୍ରକାଶ ଥାଉ କି କୋଭିଡ୍ କାରଣରୁ ପିପିଲି ନିର୍ବାଚନ ସ୍ଥଗିତ ରହିଥିଲା। ଚଳିତ ମାସ ସେପ୍ଟେମ୍ବର ୩୦ରେ ହେବାକୁ ଥିବା ଉପନିର୍ବାଚନ ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ କୋଭିଡ୍ କଟକଣା କାରଣରୁ ଷ୍ଟାର୍ ପ୍ରଚାରକ କ୍ଷେତ୍ରରେ ବି କାଣ୍ଟଛାଣ୍ଟ୍ କରିଛନ୍ତି। ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏକ ୨୦ ଜଣିଆ ଷ୍ଟାର୍ ପ୍ରଚାରକ ତାଲିକା ପ୍ରସ୍ତୁତ କରାଯାଇଛି। ଯେଉଁମାନେ କି ପିପିଲି ଉପ ନିର୍ବାଚନର ପ୍ରଚାର କାର୍ଯ୍ୟରେ ବିଭିନ୍ନ ସମୟରେ ପିପିଲି ଗସ୍ତ କରିବେ।