କାର୍ତ୍ତିକ ମାସ ର ସୋମବାର ଏବଂ କାର୍ତ୍ତିକ ପୂର୍ଣ୍ଣିମାରେ ଠାକୁର ଉଦୟନାଥେଶ୍ବରଙ୍କ ନିକଟରେ ଆଖପାଖର ହଜାର ହଜାର ଭକ୍ତଙ୍କ ଭିଡ଼ ମଧ୍ୟ ହୋଇଥାଏ। ବର୍ତ୍ତମାନ ଏହି ମନ୍ଦିର ନିକଟରେ ଥିବା ଆଖପାଖ ଗ୍ରାମବାସୀ ମାନେ ହିଁ କମିଟି କରି ମନ୍ଦିର ଚାଲୁଥିବା କଥା କହିଛନ୍ତି। ଅଞ୍ଚଳର ସଂସ୍କୃତିକ ଗବେଷକ ।ସେପଟେ 1974ମସିହାରେ ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ଶତପଥୀଙ୍କ ପୀଠ ନିକଟରେ ରାମନଦୀ ଜଳସେଚନ ଯୋଜନାର କାର୍ଯ୍ୟ ଆରମ୍ଭ କରିବାକୁ ଆସି ଭିତ୍ତିପ୍ରସ୍ତର ଦେଇଥିଲେ। ଏପରିକି ପୀଠ ନିକଟରେ ପୂର୍ବତନ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ବରେ ରହିଥିବା ବେଳେ ବ୍ରହ୍ମପୁରର ବର୍ତ୍ତମାନର ସାଂସଦ ନିଜ ପାଣ୍ଠି ବିନିଯୋଗ କରି ଅତିଥି ଭବନ ନିର୍ମାଣ କରିଛନ୍ତି। ଏହାଛଡା ଏହି ପର୍ଯ୍ୟଟନ ସ୍ଥଳର କୌଣସି ବିକାଶ ହୋଇପାରିନାହିଁ।
ଲୁକାୟିତ ଭାବେ ରହି ଯାଇଥିବା ଏଭଳି ସୁନ୍ଦର ପୀଠର ବିକାଶ ହେବା ସହ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇଁ ଦାବି ହେଉଛି।ତେବେ ପୁରାତନ ଐତିହ୍ୟ ସଂସ୍କୃତି ବହନ କରୁଥିବା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଭିସ୍ମଗିରି ନିକଟବର୍ତୀ ବଡ଼ପଦାର ଉଦୟନାଥେଶ୍ବର ଶୈବ ପୀଠର ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯାଉଛି। ତାହା ଦେଖିବାକୁ ବାକି ରହିଲା।