ଯମୁନା ବାହାଲ ସତୀଘାଟ ରାସ୍ତାରେ ସେ ଭାରସାମ୍ୟ ହରାଇ ଗାଡିରୁ ଖସି ପଡ଼ି ମୁଣ୍ଡରେ ଚକ ଚଢି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣା ସ୍ଥଳରେ ପରିବାର ଲୋକେ ପହଂଚିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କ୍ଷତିପୂରଣ ଦାବି କରି ପରିବାର ଲୋକେ ଓ ଗ୍ରାମବାସୀ ରାସ୍ତାରୋକ କରିଥିଲେ । ମୁରିବାହାଲ ତହସିଲଦାର ପହଞ୍ଚି ରେଡକ୍ରସ ପାଣ୍ଠି ରୁ ୧୦ ହଜାର ଓ ହରିଶ୍ଚନ୍ଦ୍ର ଯୋଜନା ରୁ ୨ ହଜାର ଟଙ୍କା ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି ।
ଶ୍ରମିକଙ୍କ ମୁଣ୍ଡ ଉପରେ ଚଢିଗଲା ଟ୍ରାକ୍ଟର

ବଲାଙ୍ଗୀର: ଶ୍ରମିକଙ୍କୁ ଚାପି ଦେଲା ବାଲି ବୋଝେଇ ଟ୍ରାକ୍ଟର। ଫଳରେ ଉକ୍ତ ଶ୍ରମିକ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଗୁଡିଘାଟ ଗ୍ରାମର ବୈଷ୍ଣବ ବାଗ । ପରିବାରଙ୍କୁ କ୍ଷତିପୂରଣ ଦାବିରେ ଗ୍ରାମବାସୀ ଗୁଡିଘାଟ ଛକରେ କଣ୍ଟାବାଞ୍ଜି -ମୁରିବାହାଲ -ଟିକ୍ରାପଡ଼ା ରାସ୍ତାକୁ ଅବରୋଧ କରିଥିଲେ । ସୂଚନା ଅନୁସାରେ ,ବୈଷ୍ଣବ ଗୁଡିଘାଟ ଗାଁ ର ଶାମସନ ମେହେର ଟ୍ରାକ୍ଟରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଟିକ୍ରା ପଡା ଲାନ୍ଥ ନଦୀରୁ ବାଲି ବୋଝେଇ କରି ଅନ୍ୟ ସାଥି ଶ୍ରମିକଙ୍କ ସହ ଟ୍ରାକ୍ଟର ରେ ବସି ଫେରୁଥିଲେ ।
Download Argus News App
