ଅର୍ଗସରେ ପ୍ରସାରିତ ଆମେ ଉତ୍ତରଦାୟୀ କାର୍ଯ୍ୟକ୍ରମକୁ ଧନ୍ୟବାଦ ଜଣେଇଲେ ଦୁବାଇରେ ରହୁଥିବା ଓଡିଆ ଯୁବକ
ମୟୂରଭଞ୍ଜ : ମୟୂରଭଞ୍ଜ ଝାରପୋଖରିଆ ଥାନା ମୁରୁଣିଆ ଗ୍ରାମର ଢିପାସାହି ନିକଟରେ ଟ୍ରାକ୍ଟର ଓଲଟି ୪ ମୃତ୍ୟୁ, ୪୦ରୁ ଅଧିକ ଗୁରୁତର ଘଟଣା । ଏବେବି ଉଦ୍ଧାର କାର୍ଯ୍ୟ ଜାରି । ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।
ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୧୫ ଫୁଟ ତଳକୁ ବିଲ ମଧ୍ୟରେ ଖସି ପଡ଼ିଛି । ସ୍ଥାନୀୟ ଲୋକ, ଝାରପୋଖରିଆ ପୋଲିସ, ଅଗ୍ନିଶମ ବିଭାଗ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଡ଼ମଣ ସାହିରୁ ସାଂସ୍କୃତିକ କାର୍ଯ୍ୟକ୍ରମ ସାରି ଘରକୁ ଫେରିବା ସମୟରେ ଦୁର୍ଘଟଣା ଘଟିଛି । ଆହତଙ୍କୁ ସ୍ଥାନୀୟ ଶୀର୍ଷା ଗୋଷ୍ଠୀ ସ୍ଥାସ୍ଥ୍ୟ କେନ୍ଦ୍ର ଓ ଗୁରୁତରମାନଙ୍କୁ ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବାର ସୂଚନା ମିଳିଛି ।