ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ପରେ ଗାଁରେ ଡାଇରିଆ ଆତଙ୍କ ଖେଳିବାରେ ଲାଗିଛି । ଡାକ୍ତରୀ ଟିମ ଗାଁକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକ ଔଷଧ ଯୋଗାଇ ଦେଉଛି। ଆକ୍ରାନ୍ତଙ୍କ ଅବସ୍ଥା ଅଧିକ ବିଗିଡିଲେ ତାଙ୍କୁ ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଉଛି। ଗାଁରେ ପିଇବା ପାଣି ସମସ୍ୟା ବର୍ଷ ସାରା ଲାଗି ରହିଥିବା ବେଳେ ବର୍ଷ ଦିନେ ରୋଗ ବ୍ୟାପିବାର କାରଣ ସାଜିଛି ପାଣି। ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି ହୋଇ ଆସୁଥିଲେବି କେହି ଦାବି ପୁରଣ କରୁ ନାହାନ୍ତି ଫଳରେ ଝାଡାବାନ୍ତି ଭଳି ରୋଗ ବ୍ୟାପୁଥିବା ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର: