ପରେ ଏକ କୋଇଲା ବୋଝେଇ ଟ୍ରେନ ଅପ-ଲାଇନରେ ଭାଇଜାଗରୁ ରାଉରକେଲା ଅଭିମୁଖେ ଏହି ରୁଟ ଦେଇ ଯାତ୍ରା ଆରମ୍ଭ କରିଥିଲା। ଆଜି ସକାଳେ ମଧ୍ୟ ଏହି ରୁଟ ଦେଇ ପାସେଞ୍ଜର ଟ୍ରେନ ଗଡିଥିବା ଦେଖିବାକୁ ମିଳିଛି। ରେଳ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଥିବା ବେଳେ ଖୋଦ ରେଳମନ୍ତ୍ରୀ ଘଟଣା ସ୍ଥଳରେ ଉପସ୍ଥିତ ରହି ଟ୍ରେନକୁ ହାତ ହଲାଇ ସ୍ବାଗତ କରିଥିଲେ। ଖୁବଶୀଘ୍ର ଏହି ରୁଟରେ ଟ୍ରେନ ଚଳାଚଳ ସ୍ବଭାବିକ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଥିବା ବେଳେ ଦୁର୍ଘଟଣା ପାଇଁ ଦାୟୀ ବ୍ୟକ୍ତି ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ଅଧିକ ପଢନ୍ତୁ ଓଡ଼ିଶା ଖବର