ସୂଚନା ମୁତାବକ ଆଜି ସକାଳୁ ଅବୁଜୁଲା ବିବି ନିଜର ରୋଗୀଣା ସ୍ୱାମୀର ଚିକିତ୍ସା ପାଇଁ କଟକ ଯିବାକୁ କୋରେଇ ଷ୍ଟେସନ ଆସିଥିଲେ l ଏହି ସମୟରେ କୋରେଇ ରେଳ ଷ୍ଟେଶନରେ ଏକ ମାଲବାହୀ ଟ୍ରେନ ନିଜର ଭାରସାମ୍ୟ ହରାଇ ଷ୍ଟେଶନ ଭିତରେ ପଶିଯିବା ଫଳରେ ଅବୁଜୁଲା ବିବିଙ୍କ ଉପରେ ଚଢ଼ିଯାଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ l ତେବେ ଘଟଣାକୁ ନେଇ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ଏହି ପରିବାରକୁ 50ଲକ୍ଷ ଟଙ୍କା ଓ ପରିବାରକୁ ଏକ ଚାକିରା ଦାବିରେ ମୃତ ଅବୁଜୁଲା ବିବିଙ୍କ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ଷ୍ଟେଶନରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି l ସେପଟେ ଘଟଣା ସ୍ଥଳରେ ଆରପିଏଫ ଅଧିକାରୀ ଓ ସ୍ଥାନୀୟ ପୋଲିସ ଅଧିକାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାଶୁଝା କରିଥିବା ଦେଖିବାକୁ ମିଳିଛି।
ଓଡ଼ିଶା ଖବର ଆହୁରି ପଢ଼ନ୍ତୁ ।