ଦୀର୍ଘ ଦିନପରେ ବିଛୁପାଳିରୁ ଝାରତରଭାକୁ ପ୍ରଥମ କରି ଟ୍ରେନ ଚାଲୁଥିବା ବେଳେ ଅଞ୍ଚଳର ଜନ ସାଧାରଣ ଆନନ୍ଦ ଉଲ୍ଲାସର ସହିତ ଏହି କାର୍ଯ୍ୟକ୍ରମରେ ଭାଗ ନେବା ସହ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ବହୁ ପ୍ରତିକ୍ଷିତ ବଲାଙ୍ଗୀର -ଖୋର୍ଦ୍ଧା ରେଳ ଚଳାଚଳ ଆଜି ଆହୁରି ପାଦେ ଆଗକୁ ବଢିଛି । ପୂର୍ବରୁ ବଲାଙ୍ଗୀରଠାରୁ ବିଛୁପାଳି ପର୍ଯ୍ୟନ୍ତ ରେଳ ଚଳାଚଳ କରୁଥିବା ବେଳେ ଆଜି ବଲାଙ୍ଗୀର ଜିଲ୍ଲାର ବିଛୁପାଳି ଷ୍ଟେସନଠାରୁ ସୁବର୍ଣ୍ଣପୁର ଜିଲ୍ଲାର ଝାରତରଭାକୁ ଗଡ଼ିଛି ଟ୍ରେନ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭରଚୁଆଲ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି ।
ଦୀର୍ଘ ଦିନପରେ ବିଛୁପାଳିରୁ ଝାରତରଭାକୁ ପ୍ରଥମ କରି ଟ୍ରେନ ଚାଲୁଥିବା ବେଳେ ଅଞ୍ଚଳର ଜନ ସାଧାରଣ ଆନନ୍ଦ ଉଲ୍ଲାସର ସହିତ ଏହି କାର୍ଯ୍ୟକ୍ରମରେ ଭାଗ ନେବା ସହ ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ଥିଲେ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ଭାରତୀୟ ସିନେମା ଜଗତର ଏକାଠି ନଜର ଆସିବେ ଦୁଇ ମହାନାୟକ ଅମିତାଭ ବଚ୍ଚନ ଏବଂ ରଜନୀକାନ୍ତ। ୩୨ ବର୍ଷ ପରେ ଏକାଠି ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିବେ। ସେମାନେ ‘ଥଲାଇବାର ୧୭୦’ ସିନେମାରେ ଏକତ୍ର କାମ କରିବାକୁ ଯାଉଛନ୍ତି। ଦୁଇ ସୁପରଷ୍ଟାରଙ୍କ ପୋଷ୍ଟର ମଧ୍ୟ ରିଲିଜ କରାଯାଇଛି।
ଉକ୍ତ ଦୁଇ ଅଭିନେତାଙ୍କ ବ୍ୟତୀତ ଏଥିରେ ତେଲୁଗୁ ଷ୍ଟାର ରାଣା ଡଗୁବାତୀ ଏବଂ ମାଲାୟଲାମ ଷ୍ଟାର ଫହାଦ ଫାସିଲଙ୍କୁ ମଧ୍ୟ ଦେଖିବାକୁ ମିଳିବ। ବଚ୍ଚନ ଏବଂ ରଜନୀକାନ୍ତଙ୍କୁ ପୂର୍ବରୁ ୧୯୯୧ରେ ହିନ୍ଦୀ ସିନେମା ‘ହମ୍’ରେ ଏକାଠି ଦେଖିବାକୁ ମିଳିଥିଲା। ଏହା ପୂର୍ବରୁ ୧୯୮୩ ମସିହାର ହିନ୍ଦୀ ଛବି ‘ଅନ୍ଧା କାନୁନ୍’ରେ ମଧ୍ୟ ରଜନୀକାନ୍ତ ଓ ଅମିତାଭ ଅଭିନୟ କରିଥିଲେ। ତେବେ ଦୁଇ ଅଭିନେତା ପରସ୍ପରର ପ୍ରଶଂସକ ରହି ଆସିଛନ୍ତି।
‘ଥଲାଇବାର ୧୭୦’ ସିନେମା ପାଇଁ ଅମିତାଭ ବଚ୍ଚନଙ୍କ ଫଟୋ କଳାଧଳାରେ ଆସିଛି। ସେଥିରେ ଲେଖାଯାଇଛି ‘ଥଲାଇବର ୧୭୦ ଟିମ୍’। ଲାଇକା ପ୍ରଡକସନ୍ସ ଏଥିରେ ଲେଖିଛି ଭାରତୀୟ ସିନେମାର ଶାହନଶାହ ଅମିତାଭ ବଚ୍ଚନଙ୍କୁ ‘ଥଲାଇବର ୧୭୦’କୁ ସ୍ବାଗତ। ଅମିତାଭ ଅଭିନୟ କରିବା ଫଳରେ ସିନେମା ନୂଆ ଉଚ୍ଚତାରେ ପହଞ୍ଚିଛି ବୋଲି କୁହାଯାଇଛି। ସେହିଭଳି ଫହତଙ୍କ ପୋଷ୍ଟର ରିଲିଜ କରିବାକୁ ଯାଇ ଲେଖାଯାଇଛି ବହୁତ ଟ୍ୟାଲେଣ୍ଟେଡ ଏବଂ ଭର୍ସାଟାଇଲ ଅଭିନେତା ଫହଦ ଫାସିଲଙ୍କୁ ସ୍ବାଗତ। ରାଣା ଡଗୁବାତୀଙ୍କ ଛବି ସହିତ ଲେଖାଯାଇଛି ଡେପର ଏବଂ ସୁପରକୁଲ୍ ଟ୍ୟାଲେଣ୍ଟେଡ ରାଣା ଡଗୁବାତୀଙ୍କୁ ସ୍ବାଗତ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
ବ୍ରହ୍ମପୁର: ପୁଣି ଅଶାନ୍ତ ଗଞ୍ଜାମ, ଗଡ଼ିଲା ମୁଣ୍ଡ । ବେଗୁନିଆପଡ଼ା ସାନ ଉସ୍ତାପଡ଼ା ପଞ୍ଚାୟତ GRSଙ୍କୁ ନିର୍ମମ ହତ୍ୟା । ବୁରୁଝରି ପଞ୍ଚାୟତର କନିଆରିବାଡିଠାରେ ଥିବା ଏକ କେନାଲରେ ପଡି ରହିଛି GRSଙ୍କ ମୃତଦେହ । ମୃତ GRS ଜଣକ ହେଲେ ସୁଶୀଲ କୁମାର ମହାନ୍ତି ।
ସୁଶୀଲ ସାନ ଉସ୍ତାପଡା ପଞ୍ଚାୟତର ଜିଆରଏସ ଭାବେ କାର୍ଯ୍ୟରତ ଥିଲେ । ସୁଶୀଲଙ୍କୁ ଗତକାଲି ରାତିରେ ହିଁ କେହି ହତ୍ୟା କରି କେନାଲ ପାଖରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । କାରଣ ମୃତ ସୁଶୀଲଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତ ସୁଶୀଲଙ୍କ ପରିବାର ପକ୍ଷରୁ ଏନେଇ ଥାନାରେ ଅଭିଯୋଗ ହୋଇନାହିଁ । ସେପଟେ ଖବର ପାଇ ବେଗୁନିଆପଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ : ନୂଆଦିଲ୍ଲୀ ତାଜ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି ଉତ୍ତରାଖଣ୍ଡ ଗ୍ଲୋବାଲ ଇନଭେଷ୍ଟର ସମିଟ୍ 2023 । ଆୟୋଜନ ପାଇଁ ଦିଲ୍ଲୀରେ ଏକ ରୋଡଶୋର ଆୟୋଜନ ହୋଇଛି। ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଅନେକ ପୁଞ୍ଜିପତି ଯୋଗ ଦେଇଛନ୍ତି। 5 କୋଟିରୁ 500 କୋଟି ର ପୁଞ୍ଜିନିବେଶ ପାଇଁ ଅନେକ ସୁଯୋଗ ଥିବା ଆୟୋଜକ କହିଛନ୍ତି। ଏହି ସମ୍ମିଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ଛୋଟ ବଡ଼ ସବୁ କାର୍ଯ୍ୟ ପାଇଁ ଅର୍ଥର ଅଵଶ୍ୟକ ରହିଛି।
ଯେତେବେଳେ ମୁଁ ଦାୟିତ୍ଵ ନେଲି ଉତ୍ତରଖଣ୍ଡର ଖାସ କରି ଦୁର୍ଗମ ଅଞ୍ଚଳ ଲୋକମାନଙ୍କୁ ମୁଖ୍ୟଧାରାରେ ସାମିଲ କରିବା ମୋର ମୁଖ୍ୟ ଲକ୍ଷ୍ୟ ଥିଲା। ସେ ଆହୁରି କହିଛନ୍ତି, ନିଶ୍ଚିତ ଭାବେ ରାଜ୍ୟରେ ସରକାରୀ ଚାକିରୀର ବ୍ୟବସ୍ଥା କମ ରହିଛି। ବର୍ତ୍ତମାନ ଆମେ ଲୋକଙ୍କୁ ରୋଜଗାର ଏବଂ ସ୍ଵରୋଜଗାରରେ କିପରି ଅଧିକ ଅଧିକରୁ ନିୟୋଜିତ କରିବୁ ସେ ଦିଗରେ କାର୍ଯ୍ୟ କରୁଛୁ। ସେହି ଦିଗରେ ଉଦ୍ୟୋଗ ଏକ ପ୍ରମୁଖ ମାଧ୍ୟମ। ସେଥିପାଇଁ ମୁ ସମସ୍ତଙ୍କୁ ଆହ୍ଵାନ କରୁଛି। ଉଦ୍ୟୋଗ ଦ୍ଵାରା ରୋଜଗାର ବୃଦ୍ଧି ହେବ।
ଅଧିକ ପଢନ୍ତୁ ଭାରତ ଖବର