ଅର୍ଗସ ବ୍ୟୁରୋ: ଅନୁଗୋଳ ଜିଲ୍ଲା ପାଲଲହଡା ଅଞ୍ଚଳ ତରଭୁଜ ଚାଷ ପାଇଁ ବେଶ ପରିଚିତ। ରେଙ୍ଗାଲି ନଦୀବନ୍ଧ ଚାରିପଟେ ଥିବା ଶତାଧିକ ଗାଁ ଗୁଡିକରେ ତରଭୁଜ ଚାଷ କରି ବେକାର ଆଦିବାସୀ ଯୁବକ ମାନେ ସ୍ୱାବଲମ୍ବୀ ହେବା ସହ ବେଶ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ତା ସହିତ ଅନ୍ୟମାନଙ୍କୁ ମଧ୍ୟ ରୋଜଗାର ଯୋଗାଇ ଦେଇପାରୁଛନ୍ତି । ପାଠ ପଢା ସାରିବା ପରେ ଏବେ ଚାକିରି ପଛରେ ନଯାଇ ଯୁବକ ମାନେ ତରଭୁଜ ଚାଷ ପ୍ରତି ଆକୃଷ୍ଟ ହେଉଛନ୍ତି । କମ ଟଙ୍କା ବିନିଯୋଗରେ ମାତ୍ର 90 ଦିନରୁ 110 ଦିନ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରୁଛନ୍ତି । ପାଲଲହଡା ଅଞ୍ଚଳରେ ଅମଳ ହେଉଥିବା ତରଭୁଜ ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ଭଲ ଚାହିଦା ରହିଛି । ଯାହାଫଳରେ ରାଜ୍ୟ ତଥା ରାଜ୍ୟ ବାହାରୁ ବେପାରୀ ମାନଙ୍କ ସୁଅ ଛୁଟିଥାଏ ଏହି ଅଞ୍ଚଳକୁ ।
ତରଭୁଜ ମଧ୍ୟରେ ସୁଗାର ବେବି, ସିକନ୍ଦର, ମଧୁ, ମିଲନ, ଅଗଷ୍ଟା, ଖୁଶବୁ, ମୋହିନୀ, ରିୟା, ସୁରୁଚି ଆଦି ଅନେକ କିସମର ବିହନ ରହିଛି। ତେବେ ବଜାରରେ ମିଲନ, ଅଗଷ୍ଟା, ଧନୁଶ ସିକନ୍ଦର ଓ ସୁଗାର ବେବି କିସମ ଗୁଡିକ ଆଜିକାଲି ବହୁଳ ଭାବେ ପ୍ରଚଳିତ। ଏ ଅଞ୍ଚଳରେ ଏହି ସବୁ କିସମର ତରଭୁଜ ଭଲ ଅମଳ ହୋଇପାରୁଛି । ଯେଉଥିପାଇଁ ବେପାରୀଙ୍କ ନଜର ଏହି ଅଞ୍ଚଳରେ ଅମଳ ହେଉଥିବା ତରଭୁଜ ଉପରେ ରହିଥାଏ ।
ଅଧିକ ଖବର ପଢ଼ନ୍ତୁ: ଅର୍ଥ ଅଭାବରୁ ଏବେ ଚିନ୍ତାରେ ବାଲେଶ୍ବରର ପାନଚାଷୀ
ତେବେ ସରକାରଙ୍କ ପ୍ରୋତ୍ସାହନ ରହିଲେ ଏହି ଆଦିବାସୀ ଯୁବକମାନେ ଚାଷକ୍ଷେତ୍ରରେ ଆହୁରି ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି।
ଆହୁରି ଅଧିକ ଖବର ପଢ଼ନ୍ତୁ : ମା’ ଲକ୍ଷ୍ମୀଙ୍କ ପାଖରେ ଲାଗିବ ବିଶାଳକାୟ ଧାନ କେଣ୍ଡା