ଏଥିରେ ମୟୁରଭଞ୍ଜର କାଇଚଟଣି, ଢେଙ୍କାନାଳର ମଗଜି ଲଡ଼ୁ, ଗଜପତିର ଖଜୁରୀ ଗୁଡ଼, କେନ୍ଦ୍ରାପଡ଼ାର ରସାବଳୀ, କୋରାପୁଟର କଳାଜିରା ଚାଉଳ, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଲାଞ୍ଜିଆସଉରାର ଇଡିଟାଲ ଚିତ୍ରକଳା, ରାୟଗଡାର ଡୁଙ୍ଗୁରିଆ କନ୍ଧ ସାଲକପଡା ଗନ୍ଦା , କଟକର ତାରକାସିର ସାମଗ୍ରୀକୁ ଉପସ୍ଥାପନା କରାଯାଇଛି। ତେବେ ଏହି 9 ଟି ସାମଗ୍ରୀକୁ ଖାଦ୍ୟ ସାମଗ୍ରୀ, ଚାଷ ଓ ହସ୍ତଶିଳ୍ପ ଆଦି 3 ଟି ବିଭାଗ ରେ ଆବେଦନ କାରୀ ମାନେ ଉପସ୍ଥାପନା କରିଛନ୍ତି। ତେବେ ମୋଟ 17 ଟି ଜିଆଇ ଥିବାବେଳେ 12 ଟି ହସ୍ତତନ୍ତ ଓ଼ ହସ୍ତଶିଳ୍ପ ରହିଛି। ତେବେ ପୁଣି 9 ଟି ସାମଗ୍ରୀ GI ମାନ୍ୟତା ପାଇଁ ତର୍ଜମା ଚାଲିଛି। ପୂର୍ବରୁ ରସଗୋଲା GI ଟ୍ୟାଗ ମାନ୍ୟତା ପାଇ ସାରିବା ପରେ ଏବେ କେଉଁ କେଉଁ ସାମଗ୍ରୀ ଏଥିରେ ଯୋଡି ହେବ ସେନେଇ କମିଟି ମେମ୍ବର ମାନେ ଏହାର ପୁଙ୍ଖାନୁପୁଙ୍ଖ ତର୍ଜମା ଚଲାଇଛନ୍ତି।
ଜନଜାତି ସଂଗ୍ରହାଳୟରେ ଚାଲିଛି GI ମାନ୍ୟତା ପାଇଁ ତର୍ଜମା

ଅର୍ଗସ ବ୍ୟୁରୋ: ଜନଜାତି ସଂଗ୍ରହଳୟ ରେ ଚାଲିଛି GI ମାନ୍ୟତା ପାଇଁ ତର୍ଜମା। GI ରେଜିଷ୍ଟ୍ରି ପକ୍ଷରୁ ଚାଲିଛି ଏହି ତର୍ଜମା ପ୍ରକ୍ରିୟା। ଏଥିରେ ଓଡିଶାର 9 ଟି ସାମଗ୍ରୀକୁ GI ମାନ୍ୟତା ହେବା ପାଇଁ ଆବେଦନ କରାଯାଇଛି। 2020-21 ରେ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଉଥିବା ବେଳେ ଆଜି ଏହାର କାନ୍ସଲ ଟେଟିଭ ଗ୍ରୁପ ମିଟିଙ୍ଗ ଚାଲିଛି।
Download Argus News App
