ସେହିପରି ରାସ୍ତା କଡ଼ରେ ଠିଆ ହୋଇଥିବା ଟିପର ପଛରେ ପିଟିଲା ବାଇକ୍ । ଜଣେ ମୃତ, ୨ ଗୁରୁତର । ଯୋଡ଼ା ଥାନା ଅନ୍ତର୍ଗତ NH 520 କଣ୍ଡରା ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ୨ ଗୁରୁତରଙ୍କୁ ନିକଟସ୍ଥ ବାସୁଦେବପୁର ମେଡ଼ିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ମାରସୁଆଁ ଗାଁର ୩ ଜଣ ଯୁବକ ଏକ ବାଇକରେ ଯୋଡ଼ା ବନେଇକଳା ଅଞ୍ଚଳକୁ ଯାଉଥିଲେ । ତେବେ କଣ୍ଡରା ନିକଟରେ ଦ୍ରୁତ ଗତିରେ ଯାଇ ରାସ୍ତା କଡ଼ରେ ଠିଆ ହେଇଥିବା ଏକ ଟିପର ପଛରେ ପିଟିହୋଇଥିଲେ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିଲା ।
ବ୍ରିଜ ସହିତ ଧକ୍କା ହେଲା ଟ୍ରକ

ଭୁବନେଶ୍ୱର/କେନ୍ଦୁଝର: ହଂସପାଳ ପୁରୀ କେନାଲ ବ୍ରିଜ ଉପରକୁ ଚଢ଼ିଗଲା ଟ୍ରକ । ରସୁଲଗଡ଼ରୁ କଟକ ଅଭିମୁଖେ ଯାଉଥିବା ବେଳେ ଟ୍ରକ ଚକାଟି ହଠାତ ଫାଟି ଯିବାରୁ ଭାରସାମ୍ୟ ହରାଇ ବ୍ରିଜ ସହିତ ଧକ୍କା ହେଲା ଟ୍ରକ । ଏହି ଦୁର୍ଘଟଣାରେ କେହି ଆହାତ ହୋଇନାହାନ୍ତି । ଟ୍ରକଟି ଆନ୍ଧ୍ରପ୍ରଦେଶରୁ ଜିନିଷ ନେଇ ଆସୁଥିଲା ।
ସିଆଚୀନ ଗ୍ଲାସିୟରରେ ନିଖୋଜ ହୋଇ ଯାଇଥିଲେ ଯବାନ

ଅର୍ଗସ ବ୍ୟୁରୋ: ୩୮ ବର୍ଷ ପରେ ଘରକୁ ଫେରିଛି ଯବାନଙ୍କ ଦେହାବଶେଷ । ୩୮ ବର୍ଷ ତଳେ ସିଆଚୀନରେ ସହିଦ ହୋଇଥିବା ଯବାନ ଚନ୍ଦ୍ରଶେଖର ହରବୋଲଙ୍କ ଦେହାବଶେଷ ଉତ୍ତରାଖଣ୍ଡର ହଲ୍ଦୱାନୀସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି । ତିନି ଦିନ ତଳେ ସିଆଚୀନର ଏକ ପୁରୁଣା ବଙ୍କରରୁ ନିଖୋଜ ଯବାନଙ୍କ ମୃତଦେହ ଠାବ ହୋଇଥିଲା । ଲାନ୍ସ ନାଏକ ଚନ୍ଦ୍ରଶେଖର ୧୯୮୪,
Download Argus News App
