ଅର୍ଗସ ବ୍ୟୁରୋ: ମାନସିକ ଧାରୀ ଶ୍ରଦ୍ଧାଳୁ ମାନେ ପ୍ରଭୁଙ୍କୁ ଦର୍ଶନ କରି ନଦୀରେ ବୁଡ଼ ପକାଇଥିଲେ ମିଳିଥାଏ କୋଟି ଜନ୍ମର ପୂଣ୍ୟ । ପୁରାଣ କହେ ତ୍ରେତୟା ଯୁଗରେ ଏହି ସ୍ଥାନରେ ଭୃଗୁ ରୁଷିଙ୍କ ଆଶ୍ରମ ଥିଲା, ଯେଉଁଠାରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ବନବାସ ସମୟରେ ଆଶ୍ରମରେ ବିଶ୍ରାମ ନେଇଥିଲେ । ଭୃଗୁ ଙ୍କ ନାମ ଅନୁସାରେ ଭାର୍ଗବୀ, ଆଉ ଏଠି ହୋଇଥିଲା ବାରୁଣୀ ସ୍ନାନ । ଶ୍ରଦ୍ଧାଳୁମାନେ ଚୁଡାଘସା, ଖଇ କଦଳୀ ଫଳମୂଳ ଆଡି ଠାକୁର ଙ୍କ ପାଖରେ ଭୋଗ ଲଗାଇ ଥିଲେ । ଏହି ବାରୁଣୀ ସ୍ନାନ ଅବସରରେ ଶିଶୁ ମାନଙ୍କ ମାନସିକ ଚୁଟି ପଡିବା ସହିତ ବିବାହ ନିର୍ବନ୍ଧ ମାନ କରାଯାଉଥିବା ଦେଖିବାକୁ ମିଳିଥିଲା | ପ୍ରବଳ ଭିଡ଼ କୁ ଆଖି ଆଗରେ ରଖି ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା |
ପ୍ରଥମେ ସୁସଜିତ ବିମାନ ରେ ବରାଳ ବାଲୁଙ୍କେଶ୍ୱର, ବଳପୁର ବାଲୁଙ୍କେଶ୍ୱର, ନଦୀର ପଶ୍ଚିମ ପଟରେ ଓ ପୂର୍ବ ପଟରେ ସୁଆଣ୍ଡୋ ଲୋକେଶ୍ୱର ଏବଂ ବିଦ୍ୟାଧରପୁର କୁଣ୍ଡଳେଶ୍ୱର ତୀର୍ଥ ମଣ୍ଡପ ରେ ବିଜେ କରିଥିଲେ, ଚତୁରଶମ୍ଭୁ ଏକ ସଂଘରେ ତୀର୍ଥ ଜଳ ରେ ସ୍ନାନ କରିବା ଆଳତୀ ହୋଇଥିଲା। ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହୋଇଥିଲା ସମଗ୍ର ନଦୀ ପୀଠ । ଆଉ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଶଦ୍ଧରେ ପ୍ରକମ୍ପିତ ହେଉଥିଲା ସ୍ଥାନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର: