ଏହାକୁ ନେଇ ସେ ସବୁଦିନ ପାଇଁ ନାରାୟଣ କିସ୍କୁକୁ ଜୀବନରୁ ସଫା କରିବା ପାଇଁ ରଚିଥିଲା ଷଡ଼ଯନ୍ତ୍ର । ଏଥିନେଇ ସେ ମାଷ୍ଟର ପ୍ଲାନ କରିଥିଲା ।ସେ ନିଜର ଦୁଃଖକୁ ସାଙ୍ଗ ଜୁଡିଆ ଗ୍ରାମର ଦୁର୍ଗା ବେଶ୍ରାକୁ ଜଣାଇଥିଲା ଓ ଦୁଇ ଜଣ ମିଶି ନାରାୟଣ କିସ୍କୁକୁ ହତ୍ୟା କରି ବଣପୋଖରିଆ ଗ୍ରାମ ଜୁଡିଆ ନାଳରେ ଫୋପାଡି ଦେଇଥିଲେ ।
ସକାଳେ ଗାଁ ଲୋକେ ମୃତକଙ୍କୁ ଦେଖି ବିଶୋଇ ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ଏହାକୁ ନେଇ ଯୋଗେଶ୍ବର ପାତ୍ର ଥାନାକୁ ପ୍ରଥମ ଖବରଦାତା ଭାବେ ଜଣାଇଥିଲେ । ପୋଲିସ କେଶ ନଂ ୫୪/୨୦୧୬ ରୁଜୁ କରିଥିଲା ।
୨୪ ଜଣ ସାକ୍ଷୀ ଓ ପାରିପାର୍ଶ୍ବିକ ପ୍ରମାଣକୁ ଭିତ୍ତି କରି ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୁପ ରଂଜନ ପଟ୍ଟନାୟକ ଦୁଇ ଆସାମୀମାନଙ୍କୁ ଆଜୀବନ କାରାଦଣ୍ଡ ସହ ୧୦,୦୦୦ ଟଙ୍କା ଜରିମାନା ଅନାଦେୟ ୬ମାସ ଜେଲଦଣ୍ଡ ଶୁଣାଇଛନ୍ତି । ଏହି ମକଦ୍ଦମାଟିକୁ ସରକାରୀ ଓକିଲ ପଙ୍କଜ ଦାସ ପରିଚାଳନା କରୁଥିଲେ ।