ଶ୍ରୀମନ୍ଦିର ପରିସରରେ ରକ୍ତଛିଟା...
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ସାହସପୁରା, ଝାଡ଼ତା ଛକରେ ଗୋଷ୍ଠୀ ସଂଘର୍ଷ । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ଦୀର୍ଘ ସମୟ ଧରି ଟାୟାର ଜାଳି ରାସ୍ତା ଅବରୋଧ । ନିକଟସ୍ଥ ଗ୍ରାମରେ ଯାତ୍ରା ହେଉଥିବା ବେଳେ ଜଣେ ଝିଅକୁ କମେଣ୍ଟ ମରା ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।
ଏହି ଘଟଣାକୁ ନେଇ କିଛି ଯୁବକ ଝାଡ଼ତା ଛକରେ ଗୋଟିଏ ଦୋକାନକୁ ଭଙ୍ଗା ରୁଜା କରିବା ସହ ଗୋଟିଏ ମଟର ସାଇକେଲକୁ ପୋଡି ଦେଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଅନନ୍ତପୁର ଗୋପାଳପୁର ରାସ୍ତା ଝାଡ଼ତା ଛକରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ ଖନ୍ତାପଡ଼ା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି।