ଅର୍ଗସ ବ୍ୟୁରୋ: ଆଜି ପଦମପୁରରେ ବିଜେପି ପ୍ରଚାରର ମଙ୍ଗ ଧରିବେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ। ମାଣ୍ଡୋସିଲରେ କରିବେ ନିର୍ବାଚନୀ ସଭାକୁ ସମ୍ବୋଧନ। ସେପଟେ ସାଂସଦ ଜୁଏଲ ଓରାମ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା ଓ ଅପରାଜିତା ଷଡଙ୍ଗୀ ମଧ୍ୟ ପ୍ରଦୀପ ପୁରୋହିତଙ୍କ ପାଇଁ କରିବେ ମାରାଥନ ପ୍ରଚାର। ବିଜେପି ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ରୋଡ ଶୋ ଓ ନିର୍ବାଚନୀ ସଭା ମାଧ୍ୟମରେ ପ୍ରଚାରକୁ ଯୋରଦାର କରାଯିବ।
ସେହିପରି ଧାମନଗର ବିଧାୟକ ସୁର୍ଯ୍ୟବଂଶୀ ସୂରଜ ଆଜି ମଧ୍ୟ ପଦମପୁରର ବିଭିନ୍ନ ସ୍ଥାନରେ କରିବେ ଧୁଆଁଧାର କ୍ୟାମ୍ପେନ । ପ୍ରଚାରରେ କମ୍ପୁଛି ପଦମପୁର। ସବୁ ଦଳ ନିଜ ନିଜ ଏଜେଣ୍ଟା ଧରି ଲଷାକଙ୍କ ପାଖକୁ ଯାଉଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରୁଛନ୍ତି। ତେବେ ପଦମପୁରରେ କିଏ ଜିତିବ କିଏ ହାରିବ ତାହା ତ ସମୟ କହିବ । କିନ୍ତୁ ଏବେଠୁ ଫାଇଟ ଦେଖିବାକୁ ମିଳିଲାଣି।
ରାଜନୀତି ଖବର ଆହୁରି ପଢନ୍ତୁ ।