Headlines 7PM
ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ସୂଚନା ଅନୁଯାୟୀ 10ଦିନ ଭିତରେ ରାଜ୍ୟରେ ପହଞ୍ଚିବ ଟିକା । ଟିକା ପହଂଚିବା କ୍ଷଣି ଦିନେ ଦୁଇ ଦିନ ଭିତରେ ଟିକାକରଣ ହେବ। ସେଥିପାଇଁ ରାଜ୍ୟ ପ୍ରସ୍ତୁତ ଅଛି । ବର୍ତ୍ତମାନ ସୁଦ୍ଧା ଯେଉଁ ଦୁଇଟି ଟିକା ଆସିଛି ତାହାକୁ 2ଟି ଡୋଜରେ ଦିଆଯିବ ।
ପ୍ରଥମ ଡୋଜର 28ଦିନ ପରେ ଦ୍ୱିତୀୟ ଡୋଜ ଦିଆଯିବ । ଏନେଇ DMET ନିର୍ଦ୍ଦେଶକ ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ଟିକା ନେବା କାହା ପାଇଁ ବାଧ୍ୟତାମୂଳକ ନୁହେଁ । ଯେଉଁ ସ୍ୱାସ୍ଥ୍ୟ କର୍ମୀ ଚାହିଁବେ ସେମାନେ ଟିକା ନେଇପାରିବେ । ଯେଉଁମାନେ ଚାହିଁବେନି ସେମାନଙ୍କୁ ଟିକା ଦିଆଯିବନି । ଏହା ସମ୍ପୂର୍ଣ୍ଣ ଇଚ୍ଛାଧୀନ, ପୂର୍ବରୁ ସରକାର ଘୋଷଣା କରିଛନ୍ତି ।