ଅପହରଣର ଡ୍ରାମା ରଚାଇ ନିଜେ ଫସିଲେ ଜାଲରେ। ଅପହରଣର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆଠାରେ। ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ କୁମାର ସାହୁ ଓ ତାଙ୍କର ୫ ସହଯୋଗୀ ଏଥି ସହିତ ଘଟଣା ବ୍ୟବହୃତ ୩ଟି ଗାଡ଼ି କୁ ଜବତ କରିଛି ପୋଲିସ l ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଫୁଲବାଣୀ ସଦର ଏସ.ଡି. ପି.ଓ ସୁପ୍ରସନ ମଲିକ l
ଗତ ୨ତାରିଖରେ ଫିରିଙ୍ଗିଆ ନିକଟ ଜାଜେଶପାଙ୍ଗା ଘାଟିରୁ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ସହଯୋଗୀ ବିରଞ୍ଚି ମଲ୍ଲିକ ଓ ବସନ୍ତ ମଲ୍ଲିକ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ପୋଲିସ ଘଟଣାର ତଦନ୍ତ କରି ଉପାଧ୍ୟକ୍ଷ ଙ୍କୁ ବାଲିଗୁଡା ଥାନା ସୁଡ୍ରା ଅଞ୍ଚଳରୁ ଉଦ୍ଧାର କରିଥିବା ବେଳେ ଫିରିଙ୍ଗିଆ ଥାନା କୁ ଆଣି ପଚରାଉଚରା କରିଥିଲେ। ବ୍ଲକ ଉପାଧ୍ୟକ୍ଷ ଚର୍ଚ୍ଚାରେ ରହିବାକୁ ମିଛ ଅପହରଣ ନାଟକ ରଚି ରଚିଥିଲେ। ସମ୍ପୃକ୍ତ ଅଞ୍ଚଳ ମାଓ ପ୍ରବଣ ହୋଇଥିବାରୁ ମାଓବାଦୀ ଗପ କହି ଲୋକଙ୍କ ସହାନୁଭୂତି ପାଇବା ପାଇଁ ଏଭଳି ଅପହରଣ ନାଟକ ରଚି ଥିବା ସ୍ୱୀକାର କରିଥିଲେ l ଏଥିରେ ତାଙ୍କୁ ସହଯୋଗ କରିଥିବା ରତଙ୍ଗ ସମିତିସଭ୍ୟ ବିରଞ୍ଚି ମଲ୍ଲିକ,ଡଙ୍ଗର ପଡ଼ା ଗାଁ ସାଥି ବସନ୍ତ ମଲ୍ଲିକ,ବୌଦ୍ଧ ଜିଲ୍ଲା କଣ୍ଟାମାଲ ଗ୍ରାମର ଯୁକ୍ତେଶ୍ଵର ରଣା, ବୌଦ୍ଧ ଜିଲ୍ଲା ରେଘାମୁଣ୍ଡା ଗ୍ରାମର ଅଜିତ ରଣା ଓ ତ୍ରିଲୋଚନ ଝାଙ୍କର ଙ୍କୁ ପୋଲିସ ଗିରଫ କରିଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀ ସୂଚନା ଦେଇଛନ୍ତି l
ଅଧିକ ପଢ଼ନ୍ତୁ ଓଡିଶା ଖବର: