ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଷ୍ଟାଟିଷ୍ଟିକସ ଛାତ୍ରୀ ତନୁଶ୍ରୀ ରାଉତ । ସେ ମୋଟ ୨୦୦୦ ମାର୍କରୁ ରଖିଛନ୍ତି ୧୬୨୪ ମାର୍କ । ସେହିପରି ଯିଏ ଗୋଲ୍ଡ ମେଡାଲ ପାଇବେ ସେ ରଖିଛନ୍ତି ୧୬୧୫ ମାର୍କ । ତନୁଶ୍ରୀଙ୍କର ସିଜିପିଏ ରହିଛି ୮.୮୧ ଏବଂ ଅନ୍ୟ ଜଣକ ରଖିଛନ୍ତି ୮.୫୬ ।
ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ତନୁଶ୍ରୀ । ସେ କାହିଁକି ଗୋଲ୍ଡ ମେଡାଲ ପାଇବାରୁ ବଞ୍ଚିତ ହେବେ ? ଗୋଲଡ୍ମେଡାଲ୍ ଚୟନର ଆଧାର କଣ ? ବିଶ୍ବବିଦ୍ୟାଳୟରେ ଚଞ୍ଚକତା । ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଗୋଲ୍ଡ ମେଡାଲ୍ ତାଲିକାରୁ ବାଦ୍ । କମ୍ ନମ୍ବର ରଖିଥିବା ଛାତ୍ରୀଙ୍କୁ ସମ୍ମାନିତ କରିବେ ଉପରାଷ୍ଟ୍ରପତି । ଉତ୍କଳ ବିଶ୍ୱବିଦ୍ୟାଳୟର ଭିସିଙ୍କ ନାଁରେ ଆସିଲା ସାଂଘାତିକ ଅଭିଯୋଗ ।